ବାଲୁକାକଳାରେ ମା' ସରସ୍ୱତୀଙ୍କ 10ଫୁଟ ଉଚ୍ଚର ମୂର୍ତ୍ତି - ସରସ୍ବତୀ ପୂଜା 2024
🎬 Watch Now: Feature Video

Published : Feb 14, 2024, 12:20 PM IST
Sand Art Of Goddess Saraswati: ପୁରୀ: ବାଲୁକା କଳାକୃତିରେ ଶୋଭା ପାଇଲେ ମା' ସରସ୍ୱତୀ। କୋଣାର୍କ ଅଞ୍ଚଳର ବାଲୁକାଶିଳ୍ପୀ ସରିତା ଗୋଛାୟତ ଆଜି 10 ଫୁଟ୍ ଉଚ୍ଚତାର ସରସ୍ଵତୀଙ୍କ ପ୍ରତିକୃତି ନିର୍ମାଣ କରି ବେଶ ପ୍ରଶଂସା ସାଉଁଟିଛନ୍ତି। ଚନ୍ଦ୍ରଭାଗା ବେଳାଭୂମିରେ ସରସ୍ଵତୀ ପୂଜା ଅବସରରେ 10ଫୁଟ ଉଚ୍ଚତା ବିଶିଷ୍ଟ ସରସ୍ଵତୀ ମୂର୍ତ୍ତିର ବାଲୁକା କଳାକୃତି ଗଢ଼ିଛନ୍ତି ସରିତା । ବାଲିରେ ତିଆରି ହୋଇଥିବା ଏହି କାରୁକାର୍ଯ୍ୟ ପର୍ଯ୍ୟଟକମାନଙ୍କୁ ବେଶ ଆକର୍ଷିତ କରିଛି । ଏହି ବାଲୁକା କଳା ମାଧ୍ୟମରେ ଓଡ଼ିଶାର କଳା ସଂସ୍କୃତିକୁ ଆଗକୁ ନେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ବାଲୁକାଶିଳ୍ପୀ ସରିତା । ତେବେ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ବାରା ପ୍ରଶିକ୍ଷିତ କୋଣାର୍କ ଅଞ୍ଚଳର ତଥା ଓଡ଼ିଶାର ଜଣେ ସୁପରିଚିତ ବାଲୁକା ଶିଳ୍ପୀ ହେଉଛନ୍ତି ସରିତା ଗୋଛାୟତ ।
ଏହା ମଧ୍ୟ ପଢନ୍ତୁ...ଆଜି ବସନ୍ତ ପଞ୍ଚମୀ, ବିରାଜିଲେ ମା' ବାଗଦେବୀ
ଏହି ବାଲୁକା କଳାକୃତିକୁ ହଜାର ହଜାର ସଂଖ୍ୟାରେ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ଦେଖି ଆନନ୍ଦ ଅନୁଭବ କରିଛନ୍ତି । ଚନ୍ଦ୍ରଭଗା ସମୁଦ୍ର କୂଳରେ ଏପରି ଏକ ସୁନ୍ଦର ବାଲୁକାକଳାକୁ ହଜାର ହଜାର ପର୍ଯ୍ୟଟକ ଦେଖି ପୂଜାର୍ଚ୍ଚନା କରିବା ସହ ବହୁତ ଖୁସି ଅନୁଭବ କରୁଛନ୍ତି। ଯେଉଁଠି ବିଭିନ୍ନ ସ୍କୁଲ, କଲେଜ ଓ ଅନୁଷ୍ଠାନମାନଙ୍କରେ ମା'ବୀଣାପାଣିଙ୍କୁ ପୂଜାର୍ଚ୍ଚନା କରାଯାଏ।
ଇଟିଭି ଭାରତ, ପୁରୀ