ସମଲେଇ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ଦେଖନ୍ତୁ LIVE - ସମ୍ବଲପୁର ଲାଇଭ

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 27, 2024, 10:25 AM IST

Updated : Jan 27, 2024, 1:30 PM IST

ସମ୍ବଲପୁର: ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଇ । ଆଜି ବହୁ ପ୍ରତୀକ୍ଷିତ ସମଲେଇ ପ୍ରକଳ୍ପର ଲୋକାର୍ପଣ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକଳ୍ପର ଶୁଭ ଲୋକାର୍ପଣ କରିବେ । ଏଥିପାଇଁ ଆଜି ସକାଳ ସାଢେ ୮ଟାରୁ ଯଜ୍ଞ ଆରମ୍ଭ ହୋଇଛି । ସାଢେ ୧୨ଟାରେ ମୁଖ୍ୟମନ୍ତ୍ରୀ ମନ୍ଦିରରେ ପହଞ୍ଚିବେ । ମଧ୍ୟାହ୍ନ ୧୨ଟା ୫୦ ଘଟିକାରେ ପ୍ରକଳ୍ପର ଲୋକାର୍ପଣ କରିବେ । ମୁଖ୍ୟମନ୍ତ୍ରୀ ମନ୍ଦିରରେ ପାଖାପାଖି ଘଣ୍ଟାଏ କାଳ ରହିବାର କାର୍ଯ୍ୟକ୍ରମ ରହିଛି । ସମଲେଇ ପ୍ରକଳ୍ପରେ ମା' ସମଲେଶ୍ବରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି । ଯାହାକି ଶ୍ରଦ୍ଧାଳୁଙ୍କୁ ଦିବ୍ୟ ଅନୁଭବ ଦେବ । ପ୍ରଥମେ ୪.୪୨ ଏକର ଜମିରେ ମାଆଙ୍କ ମନ୍ଦିର ଥିବାବେଳେ ସମଲେଇ ପ୍ରକଳ୍ପରେ ଆଜି ପ୍ରାୟ ୪୦ ଏକର ଜମିରେ ପରିବ୍ୟାପ୍ତ ହୋଇଛି । ପ୍ରକଳ୍ପରେ ମହାନଦୀ ଘାଟ ପ୍ରସ୍ତୁତ ହୋଇଛି । ଏଠାରେ ହଜାର ହଜାର ସଂଖ୍ୟକ ଶ୍ରଦ୍ଧାଳୁ ମହାନଦୀ ଆଳତୀ ଦେଖିପାରିବେ । ମନ୍ଦିର ଚତୁଃପାର୍ଶ୍ବରେ ସୁଉଚ୍ଚ ତୋରାଣ, ଐତିହାସିକ କରିଡର, ଶୌଚାଳୟ, ସୂଚନା କେନ୍ଦ୍ର, ପାର୍କିଂ ବ୍ୟବସ୍ଥା, ଭେଣ୍ଡିଙ୍ଗ ଜୋନ, ମହନଦୀ ଘାଟର ଉନ୍ନତିକରଣ, ରିଙ୍ଗ ରୋଡ ସୌନ୍ଦର୍ଯ୍ୟକରଣ, ଫୁଟ୍ ଓଭରବ୍ରିଜ, ଫୁଡ ପାର୍କ, ସ୍ଥାପତ୍ୟ ପାର୍କ, ସମ୍ବଲପୁର ରେଳ ଷ୍ଟେସନରୁ ମନ୍ଦିର ପର୍ଯ୍ୟନ୍ତ ପ୍ରଶସ୍ତ ରାସ୍ତା ଆଦିର ବିକାଶ କରାଯାଇଛି  ।

Last Updated : Jan 27, 2024, 1:30 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.