ଏ କଣ ବିକାଶ ? ଚାଷ ଜମିର ଭ୍ରମ ସୃଷ୍ଟି କରୁଛି ଗାଁ ରାସ୍ତା, ଧାନ ତଳି ରୋଇ ପ୍ରତିବାଦ - KALAHANDI ROAD PROBLEM

By ETV Bharat Odisha Team

Published : Aug 9, 2024, 5:27 PM IST

thumbnail
ROAD PROBLEM IN KALAHANDI (ETV Bharat Odisha)

ROAD PROBLEM: ଭବାନୀପାଟଣା: ରାସ୍ତାରେ ଧାନ ତଳି ରୋଇ ଗ୍ରାମବାସୀଙ୍କ ଭିନ୍ନ ପ୍ରତିବାଦ । ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟସ୍ତାକୁ ସୁଦୃଢ଼ କରିବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ନିର୍ବାଚିତ ଜନପ୍ରତିନିଧି ଓ ସରକାରୀ ବାବୁଙ୍କ ମଧୁଚନ୍ଦ୍ରିକା ଯୋଗୁଁ ନିର୍ମାଣ ହେଉଥିବା ବିଭିନ୍ନ ଉର୍ନ୍ନୟନମୂଳକ ପ୍ରକଳ୍ପ ନିମ୍ନମାନର କାର୍ଯ୍ୟ ହେଉଥିବା ଦେଖିବାକୁ ମିିଳିଛି । କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଅର୍ତ୍ତଲ ପଞ୍ଚାୟତର କାନ୍ଦୁଲଝର ଗାଁରେ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାନ୍ଦୁଲଝର ଠାରୁ ତେନ୍ତୁଳିପଡ଼ା ପର୍ଯ୍ୟନ୍ତ ୧ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରାୟ ୧୦ ଲକ୍ଷ୍ୟ ଟଙ୍କା ବ୍ୟୟବରାଦ ହୋଇଥିଲା । ହେଲେ ଠିକାଦାର ବିନା ମେଟାଲରେ କିଛି ମାଟି ପକେଇ ରାସ୍ତା କାମ ସାରି ଦେଇଥିବା ବେଳେ ବର୍ତ୍ତମାନ ବର୍ଷା ଆସିବାରୁ ରାସ୍ତାର ଅବସ୍ଥା ନ କହିବା ଭଲ । ଯାହା ବର୍ତ୍ତମାନ ଏକ ମରଣଯନ୍ତା ପାଲଟିଛି । ଲଗାଣ ବର୍ଷା ହେବା କାରଣରୁ ରାସ୍ତାରୁ ମାଟି ଧୋଇ ହେବା ସହ ପାଣି କାଦୁଅରେ ଭର୍ତ୍ତି ହୋଇଛି । 

ଏନେଇ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି । ସେପଟେ ଏହାର ସାଧାନ ପାଇଁ ରାସ୍ତାରେ ଧାନ ତଳି ରୋଇ ଭିନ୍ନ ଢଙ୍ଗରେ ପ୍ରତିବାଦ କରିଛନ୍ତି ଗ୍ରାମବାସୀ  । ଏନେଇ ଭବାନୀପାଟଣା ବିଡ଼ିଓଙ୍କ କହିଛନ୍ତି,"ଖୁବ ଶୀଘ୍ର ଏହାର ତଦନ୍ତ ହେବ ଏବଂ ସମସ୍ୟାର ସମାଧାନ କରାଯିବ ।"

ଏହା ମଧ୍ୟ ପଢନ୍ତୁ ...ଗୁହାରି ପରେ ବି ଶୁଣିଲାନି ପ୍ରଶାସନ, କାଦୁଅ ରାସ୍ତାରେ ଧାନ ତଳି ରୋଇଲେ ଗ୍ରାମବାସୀ - PROTEST FOR ROAD PROBLEM

ଇଟିଭି ଭାରତ, କଳାହଣ୍ଡି 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.