ମହାପ୍ରଭୁଙ୍କ ଦର୍ଶନ କଲେ RBI ଗଭର୍ଣ୍ଣର, କାଳିଆକୁ ଦେଖି ଭାବ ବିହ୍ବଳ ହୋଇପଡିଲେ - Shaktikanta Das visits puri

By ETV Bharat Odisha Team

Published : Sep 2, 2024, 3:33 PM IST

thumbnail
SHAKTIKANTA DAS VISITS PURI (ETV BHARAT ODISHA)

ପୁରୀ: ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ । ଆଜି ପୂର୍ବାହ୍ନରେ ଆରବିଆଇ ଗଭର୍ଣ୍ଣର ପତ୍ନୀଙ୍କ ସହ ଶ୍ରୀମନ୍ଦିର ଆସି ମହାପ୍ରଭୁଙ୍କର ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ସିଂହଦ୍ଵାର ଠାରେ ଆରବିଆଇ ଗଭର୍ଣ୍ଣର ପହଞ୍ଚିବା ପରେ ତାଙ୍କୁ ସେବାୟତ, ଶ୍ରୀମନ୍ଦିର, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଖଣ୍ଡୁଆ ପାଟ ଦିଆଯାଇ‌ ସ୍ବାଗତ କରାଯାଇଥିଲା । ସିଂହଦ୍ଵାର ଦେଇ ଆରବିଆଇ ଗଭର୍ଣ୍ଣର ଶ୍ରୀମନ୍ଦିର ଭିତରେ ପ୍ରବେଶ କରି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରି ଭାବ ବିଭୋର ହୋଇପଡିଥିଲେ । ପରେ ମା ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିଥିଲେ । ଦର୍ଶନ ସାରି ଫେରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆରବିଆଇ ଗଭର୍ଣ୍ଣର କହିଛନ୍ତି,'' ଦୀର୍ଘ ତିନି ବର୍ଷ ପରେ ମହାପ୍ରଭୁଙ୍କର ଦର୍ଶନ କରିବାର ଆଜି ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି । ଦେଶର ମଙ୍ଗଳ କାମନା ସହ ଅର୍ଥନୀତି କ୍ଷେତ୍ରରେ ଆମ ଦେଶର ଯେଭଳି ଉତ୍ତରତ୍ତୋର ଉନ୍ନତି ହେବ ସେନେଇ ମଧ୍ୟ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛି। ଓଡ଼ିଶା ଠାରୁ ଦୂରରେ ରହିଲେ ମଧ୍ୟ ସବୁବେଳେ, ସବୁ କାର୍ଯ୍ୟରେ ମହାପ୍ରଭୁଙ୍କୁ ସ୍ମରଣ କରେ । ଦୀର୍ଘ ତିନି ବର୍ଷ ପରେ ମହାପ୍ରଭୁଙ୍କର ଦର୍ଶନ କରି ଯେଉଁ ଅନୁଭୂତି ଓ ଶାନ୍ତି ମିଳିଛି ତାହା ଶବ୍ଦରେ ବର୍ଣ୍ଣନା କରିହେବ ନାହିଁ । ''

ଏହା ମଧ୍ୟ ପଢନ୍ତୁ-ସପତ୍ନୀକ ଆସି ଲିଙ୍ଗରାଜ ଦର୍ଶନ କଲେ ଆରବିଆଇ ଗଭର୍ଣ୍ଣର, କହିଲେ 'ଜୟ ଲିଙ୍ଗରାଜ' - Shaktikanta Das at Lingaraja

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.