thumbnail

By ETV Bharat Odisha Team

Published : Jun 9, 2024, 4:05 PM IST

ETV Bharat / Videos

ରାମୋଜୀ ରାଓ ମୃତ୍ୟୁ ପୂର୍ବରୁ ନିଜ ପାଇଁ ନିର୍ମାଣ କରିଥିଲେ ସ୍ମୃତି ଭବନ; ଏଇଠି ହେଲା ଅନ୍ତିମ ସଂସ୍କାର - Ramoji Rao Smriti Vanam

RAMOJI RAO SMRITI VANAM: ହାଇଦ୍ରାବାଦ: ରାମୋଜୀ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ରାମୋଜୀ ରାଓଙ୍କ ଶେଷକୃତ୍ୟ ହାଇଦ୍ରାବାଦ ରାମୋଜୀ ଫିଲ୍ମସିଟି ଭିତରେ ଥିବା ରାମୋଜୀ ରାଓ ସ୍ମୃତି ବନମରେ ସମ୍ପନ୍ନ ହୋଇଛି । ଏହି ମହାନ, ବିରଳ ବ୍ୟକ୍ତି ଜଣକ କେବେ ବି ମୃତ୍ୟୁକୁ ଭୟ କରୁନଥିଲେ । ମୃତ୍ୟୁ ପୂର୍ବରୁ ସେ ନିଜ ପାଇଁ ସ୍ମୃତିପୀଠ ନିର୍ମାଣ କରିଥିଲେ । ଏଠାରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ତୋପ ସଲାମି ସହିତ ରବିବାର ସକାଳେ ତାଙ୍କୁ ବିଦାୟ ଦିଆଯାଇଛି । ଶନିବାର ଭୋର ସମୟରେ ହୃତପିଣ୍ଡରେ ସମସ୍ୟା ଯୋଗୁଁ ତାଙ୍କର 87ବର୍ଷ ବୟସରେ ମୃତ୍ୟୁ ଘଟିଥିଲା । ସେ ଜୁନ 5 ତାରିଖ ଦିନ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବା ପରେ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶନିବାର ଭୋର 4ଟା 50ରେ ତାଙ୍କର ମୃତ୍ୟୁ ଘଟିଥିଲା ।  

ଏହା ବି ପଢନ୍ତୁ- ରାଷ୍ଟ୍ରୀୟ ମର୍ଯ୍ୟାଦାରେ ରାମୋଜୀ ରାଓଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.