ରଜ ପାଇଁ ଚଳଚଞ୍ଚଳ ସାରୁଅ, ପ୍ରସିଦ୍ଧ ପାନ ଖାଇବାକୁ ଗ୍ରାହକଙ୍କ ଗହଳି - Raja Celebration With Pan
🎬 Watch Now: Feature Video
Published : Jun 14, 2024, 8:22 PM IST
Pan Shop: ଖୋର୍ଦ୍ଧା : ଆସିଛି ରଜ । ଆଉ ରଜ ଆସିଲେ ସମସ୍ତେ ପାନ ଖାଇବାକୁ ଆଗ୍ରହ କରିଥାନ୍ତି । ଏହି ରଜ ପାନ ପାଇଁ ଖୋର୍ଦ୍ଧା ସାରୂଅ ବଜାର ପ୍ରସିଦ୍ଧ। ମିଠା ପତ୍ର ସାଙ୍ଗକୁ ବିଭିନ୍ନ ପ୍ରକାର ମସଲାରେ ରଜ ପାନ ପାଟିକୁ ସ୍ଵାଦ ଭରି ଦେଇଥାଏ । ମିଠା ପତ୍ରରେ ଚୁଆ ଚନ୍ଦନ ମାରି ଗୋଟିକ ପରେ ଗୋଟିଏ ଚଉଷଠି ପ୍ରକାର ବିଭିନ୍ନ ମସଲା ଦେଇ ପାନ ଭାଙ୍ଗି ଗରାଖଙ୍କୁ ବଢେଇ ଦିଅନ୍ତି ଖୋର୍ଦ୍ଧା ସାରୁଅ ବଜାର ପାନ ଦୋକାନି । ରଜ ପର୍ବରେ ସ୍ପେଶାଲ ରଜ ପାନ ଷ୍ଟଲ ଖୋଲିବାକୁ କଲିକତା ବଜାରରୁ ମିଠା ପତ୍ର ପାନ ଏବଂ ବିଭିନ୍ନ ମସଲା ଆଣିଥାନ୍ତି । ଏଠାରେ ୫ ଟଙ୍କାରୁ ଆରମ୍ଭ କରି ୧୫୦ଟଙ୍କା ପର୍ଯ୍ୟନ୍ତ ପାନ ମିଳିଥାଏ ।
ଏହା ବି ପଢନ୍ତୁ...ନିଆଳିରେ ପହଲି ରଜ ପାଳିତ, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ
ଚଳିତ ବର୍ଷ ରଜ ପାନର ବ୍ୟବସାୟ ଭଲ ହେବ ବୋଲି ଆଶା ରଖିଛନ୍ତି ବ୍ୟବସାୟୀ । ପାନ ଭିତରେ ବନାରସୀ ପାନ , ଲବଙ୍ଗ ଦିଆ ପାନ, ଖିଲ ପାନ, ସିଙ୍ଗଡ଼ା ପାନ, ପିଠାପାନ, ଇତ୍ୟାଦିର ଚାହିଦା ରହିଛି। ବେଗୁନିଆ ବୋଲଗଡର ନବ ନିର୍ବାଚିତ ବିଧାୟକ ପ୍ରଦୀପ କୁମାର ସାହୁ ରଜ ପାନ ଷ୍ଟଲରେ ପାନ ଭାଙ୍ଗି ଯୁବ ଦୋକାନୀମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଖୋର୍ଦ୍ଧା