ସବୁଠି ରଜ ମଉଜ, ମହୋତ୍ସବରେ ସାମିଲ ହେଲେ ଜଗତସିଂହପୁର ସାଂସଦ - RAJA MAHOTSAV IN NIALI - RAJA MAHOTSAV IN NIALI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 15, 2024, 1:33 PM IST

RAJA 2024 ନିଆଳି: ଗଣପର୍ବ ରଜକୁ ନେଇ ଉତ୍ସବମୁଖର ପୁରଠୁ ପଲ୍ଲୀ । କଟକ ଜିଲ୍ଲା ନିଆଳି ବ୍ଳକ କଣ୍ଟିଶାଳରେ ରଜ ମହୋତ୍ସବ ପାଳନ କରାଯାଇଛି । ଏହି ମହୋତ୍ସବରେ ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇ ଯୋଗଦେଇ ଲୋକମାନଙ୍କୁ ଉତ୍ସାହିତ କରିଥିଲେ  । ଏହି ଅବସରରେ ସାଂସଦ କହିଛନ୍ତି, "ରଜ ପର୍ବ କିମ୍ବା ୧୨ ମାସରେ ୧୩ ବର୍ଷ ପାଳନ ହେବା ଏହା ଓଡ଼ିଶାରେ ହଜାର ହଜାର ବର୍ଷ ଧରି ପାଳନ ହୋଇଆସୁଛି  । କିନ୍ତୁ ବର୍ତ୍ତମାନ ଆଧୁନିକ ଭାରତରେ ହେଉ କିମ୍ବା ଆଧୁନିକ ଓଡ଼ିଶାରେ ଆମେ ବିଭିନ୍ନ ପର୍ବପର୍ବାଣୀ ପାଳନ କରିବା, ଆମ ପରମ୍ପରାକୁ ରକ୍ଷା କରିବା, ଆମ ସଂସ୍କୃତିକୁ ରକ୍ଷା କରିବା କେବଳ ଗାଁ ଗହଳିରେ ରହୁଥିବା ଲୋକ ପାଳନ କରୁନାହାନ୍ତି ବରଂ ବିଦେଶରେ ରହୁଥିବା ଲୋକେମଧ୍ୟ ଗାଁକୁ ଫେରି ଏହି ପର୍ବପର୍ବାଣୀ ପାଳନ କରୁଛନ୍ତି ଓ ଏଥିରେ ସାମିଲ ହେଉଛନ୍ତି  । ଏହା ଖୁସିର ବିଷୟ । ଆମେ ପ୍ରାଚୀନ ଭାରତ ବର୍ଷ ହେଉ କିମ୍ବା ମଧ୍ଯଯୁଗୀୟ ଭାରତ ବର୍ଷ ହେଉ ଆମେ ଯେମିତି ପରମ୍ପରାକୁ ରକ୍ଷା କରୁଥିଲେ ଏବେ ବି ସେଇ ପରମ୍ପରାକୁ ରକ୍ଷା କରୁଛେ ଫଳରେ ଆଜି ଓଡିଶା ଓଡ଼ିଆର ପରିଚୟ ନେଇ ଆମେ ସ୍ବତନ୍ତ୍ର ପରିଚୟ ପାଇଛେ  । ଏହାର ପର୍ବପର୍ବାଣି, ସାହିତ୍ୟ, ସଂସ୍କୃତି ମୂଳ ଆଧାର ବୋଲି କହିଛନ୍ତି ସାଂସଦ ବିଭୂପ୍ରସାଦ ତରାଇ ।

ଏହାମଧ୍ୟ ପଢନ୍ତୁ.. ରାଷ୍ଟପତି ଭବନରେ ରଜ ପର୍ବ, ନାତୁଣୀଙ୍କୁ ଦୋଳିରେ ଝୁଲାଇଲେ ମହାମହିମ - MADAM PRESIDENT CELEBRATED RAJA
 ରଜ ପର୍ବରେ ବିଭିନ୍ନ ପ୍ରତିଯୋଗିତାରେ ନିଜର ପାରିଦର୍ଶିତା ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ବାସନ୍ତୀ ମଞ୍ଜରୀ ରଜ ମହୋତ୍ସବ ଅନୁଷ୍ଠାନ ପକ୍ଷରୁ ମୁଖ୍ୟ ଅତିଥି ଜଗତସିଂହପୁର ସାଂସଦ ବିଭୂ ପ୍ରସାଦ ତରାଇଙ୍କ ଦ୍ବାରା ସମ୍ମାନିତ କରାଯାଇଥିଲା ।‌ ସେହିପରି ନିଆଳି ବ୍ଳକ ଜଲ୍ଲାରପୁରସ୍ଥିତ ହାଇସ୍କୁଲ ଖେଳ ପଡିଆରେ ଆୟୋଜିତ ରଜ ମହୋତ୍ସବରେ ଆୟୋଜକ ତଥା ସମାଜସେବୀ ଏବଂ ରାଜ୍ୟ ବିଜେପି ମୁଖପାତ୍ର ରାଜେନ୍ଦ୍ର ପ୍ରସାଦ ପଣ୍ଡା ରଜ ମହୋତ୍ସବ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲେ । 

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.