ଦିଲ୍ଲୀ ଇଡି ଅଫିସ ପହଞ୍ଚିଲା ଜଗନ୍ନାଥ ସେନା, ପାଣ୍ଡିଆନଙ୍କୁ ଗିରଫ ଦାବି - Complaint against VK Pandian

By ETV Bharat Odisha Team

Published : Jun 7, 2024, 7:23 PM IST

thumbnail
Complaint against VK Pandian (ETV Bharat Odisha)

Complaint against VK Pandian: ପୁରୀ: ଭିକେ ପାଣ୍ଡିଆନଙ୍କୁ ଗିରଫ କରିବାକୁ ଦିଲ୍ଲୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ଅଭିଯୋଗ ଦାଖଲ କଲା ଜଗନ୍ନାଥ ସେନା ଆବାହକ । ଆଜି ପୁରୀର ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ ଭିକେ ପାଣ୍ଡିଆନଙ୍କ ବିରୋଧରେ ଦିଲ୍ଲୀର ଇଡି କାର୍ଯ୍ୟଳୟରେ ଏତଲା ଦେଇଛନ୍ତି । ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ଯେ, ଭିକେ ପଣ୍ଡିଆନ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି । ଖଣି, ନଗର ଉନ୍ନୟନ, ଅବକାରୀ, ରାଜସ୍ବ ତଥା ଅନେକ ବିଭାଗରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. କୁଆଡେ ଗଲେ ପାଣ୍ଡିଆନ ? ଠିକଣା କହିଲା ବିଜେଡି - Sasmit Patra On Vk Pandian Absence

କେବଳ ସେତିକି ନୁହେଁ କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଅର୍ପଣ ରଥ ଆଳରେ ମହାପ୍ରଭୁଙ୍କୁ ବୁଲାଇ ଭିକ ମଗାଇଲେ ପାଣ୍ତିଆନ । ଏହାର ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ହଇରାଣ କଲେ । ତେବେ ମହାପ୍ରଭୁ କାହାରି ଗର୍ବ ରଖି ନାହାନ୍ତି । ଏଣୁ ଭିକେ ପାଣ୍ଡିଆନଙ୍କୁ ମହାପ୍ରଭୁ କ୍ଷମତାଚ୍ୟୁତ କରିଛନ୍ତି । ତେବେ ଯେଭଳି ଅପରାଧ କରିଛନ୍ତି ତାହା କ୍ଷମା ଯୋଗ୍ୟ ନୁହେଁ ବୋଲି ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି । ଓଡ଼ିଶାରେ ବେଆଇନ ଭାବେ ଶାସନ କଳକୁ କବଜା କରିବା, ବ୍ୟାପକ ଦୁର୍ନୀତି କରିବା, ମହାପ୍ରଭୁଙ୍କୁ ଅପମାନ କରିଥିବା ଆଦି ଅଭିଯୋଗରେ ଇଡି ପାଣ୍ଡିଆନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ୍ ସେନା ଦାବି କରିଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.