କୋଣାର୍କ ସୂର୍ଯ୍ୟ ମନ୍ଦିର ଆଗରେ ଧାରଣା, ବିଭିନ୍ନ ଦାବି ନେଇ ପ୍ରତିବାଦ - PROTEST INFRONT SUN TEMPLE

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 17, 2024, 3:26 PM IST

ନିମାପଡ଼ା: କୋଣାର୍କ ସୁରକ୍ଷା ସମିତି ଓ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଧାରଣା । ପ୍ରତ୍ୟେକ ଶନିବାର ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ଫି ଛାଡ କରିବା, ଭବ୍ୟ ନବଗ୍ରହ ମନ୍ଦିର ନିର୍ମାଣ, ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ଓ ସୁରକ୍ଷା, ମାଘସପ୍ତମୀରେ ପ୍ରବେଶ ଶୁଳ୍କ ଛାଡ ଆଦି ଦାବି ରହିଛି । କେବଳ ଶାମ୍ବ ଦଶମୀ ଓ ମାଘସପ୍ତମୀରେ ୩ ଦିନ ପ୍ରବେଶ ଫି ଛାଡ କରାଯାଇଛି  । ଓଡ଼ିଶା ପର୍ଯ୍ୟଟନ ମନ୍ତ୍ରୀ, କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଓ ସଚିବଙ୍କ ପାଖକୁ ବାରମ୍ବାର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୈଣସି ସୁଫଳ ମିଳିନଥିବା କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ଅଭିଯୋଗ କରାଯାଇଛି ।

ସୂଚନା ଥାଉକି, ୧୯୯୬ ମସିହା ନଭେମ୍ବର 17 ତାରିଖଠାରୁ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନ କରି ଆଜକୁ ୨୮ବର୍ଷରେ ପହଞ୍ଚିଛି । ପ୍ରତିବର୍ଷ ନଭେମ୍ବର ୧୭ ତାରିଖରେ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ବିକ୍ଷୋଭ କରିବା ସହ ଏକ ଦାବିପତ୍ର କେନ୍ଦ୍ର ପର୍ଯ୍ୟଟନ ସଚିବ ଓ ମନ୍ତ୍ରୀଙ୍କୁ ଦେଇଆସୁଛନ୍ତି। କୋଣାର୍କ ସୁରକ୍ଷା ସମିତିର ସଭାପତି, ସମ୍ପାଦକ ଓ କର୍ମକର୍ତ୍ତା ସହ ଫଟୋଗ୍ରାଫର ଗାଇଡଙ୍କ ସମେତ ଶତାଧିକ କର୍ମକର୍ତ୍ତା ଶାନ୍ତିଶୃଙ୍ଖଳାର ସହ ଧାରଣା ଦେଇଛନ୍ତି । 

ଏହା ମଧ୍ୟ ପଢନ୍ତୁ ...କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିଲେ ୧୪ ଦେଶର ରାଷ୍ଟ୍ରଦୂତ 

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.