thumbnail

By ETV Bharat Odisha Team

Published : Mar 27, 2024, 9:04 PM IST

ETV Bharat / Videos

ସୁକିନ୍ଦାରୁ ପୁଣି ପ୍ରୀତି ରଞ୍ଜନ ଘଡାଇ ବିଜେଡି ପ୍ରାର୍ଥୀ, ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଧନ୍ୟବାଦ - Legislative Assembly Election 2024

Pritiranjan Gharai As BJD Candidate For Sukinda : ଯାଜପୁର: ସବୁ କଳ୍ପନା ଜଳ୍ପନାରେ ବିରାମ ଲଗାଇ ବିଜେଡି ଘୋଷଣା କରିଛି ଲୋକସଭା ଓ ବିଧାନସଭା ପ୍ରାର୍ଥୀ ତାଲିକା । ପୁରୁଖା ବିଜେଡି ନେତା ପ୍ରଫୁଲ୍ଲ ଘଡେଇଙ୍କ ପୁଅ ତଥା ଏବର ବିଧାୟକ ପ୍ରୀତିରଞ୍ଜନ ଘଡାଇ ବିଜେଡିରୁ ତୃତୀୟ ଥର ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ପ୍ରାର୍ଥୀ ତାଲିକା ଘୋଷଣା ପରେ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସୂଚନା ମୁତାବକ ପ୍ରୀତି ରଞ୍ଜନ ପ୍ରଥମେ 2009ମସିହାରେ କୋରାଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । 

ଏହା ମଧ୍ୟ ପଢନ୍ତୁ... ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା: ଢେଙ୍କାନାଳରୁ ଅବିନାଶ, କଟକରୁ ସଂତୃପ୍ତଙ୍କୁ ଟିକେଟ - BJD Lok Sabha Candidates 

ଏହାପରେ ସେ 2014 ଏବଂ 2019ମସିହାରେ ଗତ ଦୁଇଟି ପର୍ଯ୍ୟାୟରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ନିକଟରେ ସେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଭାବରେ ଦାୟିତ୍ଵ ନିର୍ବାହ କରିଆସିଥିଲେ । ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇଛନ୍ତି । ଏହି ଖବର ପାଇବା ପରେ ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଦଳୀୟ କର୍ମକର୍ତ୍ତା ଓ ଶୁଭେଚ୍ଛୁ ମାନେ ପ୍ରୀତିରଞ୍ଜନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ।

ଇଟିଭି ଭାରତ, ଯାଜପୁର   

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.