ଉତ୍କଳ ବିଶ୍ଵବିଦ୍ୟାଳୟର ସମାଵର୍ତ୍ତନ ଉତ୍ସବ, ୩ ମେଧାବୀଙ୍କୁ ମିଳିବ ଡକ୍ଟରକେଟ ଉପାଧି
🎬 Watch Now: Feature Video
Published : Feb 27, 2024, 4:06 PM IST
Utkal University Convocation Ceremony: ଭୁବନେଶ୍ବର: ଆସନ୍ତା ଫେବୃଆରୀ ୨୯ ତାରିଖରେ ରାଜଧାନୀ ସ୍ଥିତ ପ୍ରତିଷ୍ଠିତ ଉତ୍କଳ ବିଶ୍ବ ବିଦ୍ୟାଳୟର ୫୩ ତମ ସମାଵର୍ତ୍ତନ ଉତ୍ସବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସନ୍ଧ୍ୟା ୫ଟା ୨୫ରେ ଆରମ୍ଭ ହେବାକୁ ଥିବା କାର୍ଯ୍ୟକ୍ରମରେ କୂଳାଧିପତି ତଥା ରାଜ୍ୟପାଳ ରଘୁବର ଦାସ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବେ । ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ମଧ୍ୟ ରହିବେ । ଏହି କାର୍ଯ୍ୟକ୍ରମ ୬ଟା ୨୫ ପର୍ଯ୍ୟନ୍ତ ଚାଲିବ । ୧୬୬ ଜଣ ପିଏଚଡି ପାଇବେ ଏବଂ ୯୫ ଗୋଲ୍ଡ ମେଡାଲ ଏବଂ ୬ ଜଣଙ୍କୁ ଏଣ୍ଡୋମେଣ୍ଟ ମିଳିବ ।
ଏହା ବି ପଢନ୍ତୁ- ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ସୁରକ୍ଷା ପାଇଁ ନିୟୋଜିତ ସିନିଅର ଅଫିସର
ସମ୍ମାନସୂଚକ ଡକ୍ଟରକେଟ ଉପାଧିରେ ପାଇବେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର, IMD DG ମୃତ୍ୟୁଞ୍ଜୟ ମହାପାତ୍ର, ହିଣ୍ଡାଲ୍କୋର ପରିଚାଳନା ନିର୍ଦ୍ଦେଶକ ସତୀଶ ପାଇ ସମ୍ମାନିତ ହେବେ । ଏହି କାର୍ଯ୍ୟକ୍ରମ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବ ।
ଇଟିଭି ଭାରତ, ଭୁବନେଶ୍ବର