ପୂର୍ଣ୍ଣେଶ୍ବର ମହାଦେବଙ୍କୁ ପୂଜା କଲେ ମହାମହିମ - PURNESWAR MAHADEV TEMPLE
🎬 Watch Now: Feature Video
Published : Dec 6, 2024, 9:13 PM IST
ରାଇରଙ୍ଗପୁର: ପୂର୍ଣ୍ଣେଶ୍ବର ମହାଦେବଙ୍କ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କଲେ ମହାମହିମ । ଆଜିଠୁ (ଶୁକ୍ରବାର) ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ରହିଛନ୍ତି। ପ୍ରଥମେ ପୈତୃକ ଗ୍ରାମ ଉପରବେଡା ଓ ପରେ ରାଇରଙ୍ଗପୁରରେ ପହଞ୍ଚି ଥିଲେ ମହାମହିମ । ରାଇରଙ୍ଗପୁର ମହୁଲଡିହା ସ୍ଥିତ ନିଜ ବାସଭବନରେ ମଧ୍ୟାହ୍ନ ଭୋଜନ କରିଥିଲେ । ସେଠାରୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଆମ୍ବୁଲାନ୍ସ ପ୍ରଦାନ କରି ପରବର୍ତ୍ତୀ କାର୍ଯ୍ୟକ୍ରମରେ ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଆସି ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରୁ ମହାମହିମ ଦିନ ୪ଟା ୪୫ ସମୟରେ ରାଇରଙ୍ଗପୁରର ପୂର୍ଣ୍ଣେଶ୍ବର ମହାଦେବ ମନ୍ଦିର ଆସିଥିଲେ । ସେଠାରେ ବିଶ୍ବର କଲ୍ୟାଣ ନିମନ୍ତେ ଆୟୋଜିତ ମହାରୁଦ୍ର ହୋମ ଯଜ୍ଞରେ ଯୋଗ ଦେଇଥିଲେ । ଯଜ୍ଞ କର୍ମ ଚାଲିଥିବା ସମୟରେ ମହାମହିମ ନୈବେଦ୍ୟ ପ୍ରସାଦ ଚଢାଇଥିଲେ । ସେଠାରେ ପୁଷ୍ପାଞ୍ଜଳି ଦେଲେ ମହାମହିମ । ପରେ ଯଜ୍ଞ ମଣ୍ଡପରେ ପୂର୍ଣ୍ଣାହୂତି ମଧ୍ୟ ଦେଇଛନ୍ତି ।
ଏହା ବି ପଢନ୍ତୁ...ମହିଳା ମହାବିଦ୍ୟାଳୟରେ ଭାବ ବିନିମୟ କଲେ ମହାମହିମ, ଛାତ୍ରୀଙ୍କୁ ଦେଲେ ଉପଦେଶ
ପୂର୍ବରୁ ମହାମହିମ ଗଣେଶ ଠାକୁରଙ୍କ ପ୍ରତିମା ମନ୍ଦିରକୁ ପ୍ରଦାନ କରିଥିଲେ । ଉକ୍ତ ଗଣେଶ ଠାକୁରଙ୍କ ପ୍ରତିମା ପ୍ରତିଷ୍ଠା କରାଯାଇ ମନ୍ଦିରରେ ସ୍ଥାପନ କରାଯାଇଥିଲା । ମହାଦେବଙ୍କ ପୂଜାର୍ଚ୍ଚନା ପରେ ମନ୍ଦିର ପୂଜକଙ୍କ ସହିତ ଭାବ ବିନିମୟ କରିଥିଲେ । ପରେ ମହାମହିମ ମନ୍ଦିରର ପୂଜକମାନଙ୍କୁ ଉପହାର ସ୍ବରୂପ ଉତ୍ତରୀୟ ପ୍ରଦାନ କରିଥିଲେ । ତେବେ ମହାମହିମଙ୍କ ସହିତ ଭାବ ବିନିମୟ କରି ମନ୍ଦିର ପୂଜକ ଅତ୍ୟନ୍ତ ଉତ୍ସାହିତ ଥିବା କହିଛନ୍ତି । "ରାଷ୍ଟ୍ରପତି ହେବା ପୂର୍ବରୁ ଦ୍ରୌପଦୀ ମୁର୍ମୁ ନିୟମିତ ପୂର୍ଣ୍ଣେଶ୍ବର ମହାଦେବ ଆସି ମହାଦେବଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରିଥାନ୍ତି । ଭଗବାନଙ୍କ ନିକଟରେ ତାଙ୍କର ଅତୁଟ ବିଶ୍ବାସ ରହିଛି । ଯାହା ଫଳରେ ସେ ନିୟମିତ ମହାଦେବ ମନ୍ଦିର ଆସି ମନ୍ଦିରକୁ ସଫା ସୁତୁରା ରଖିବା ସହିତ ମନ୍ଦିର ସେବାରେ ନିୟୋଜିତ ହୋଇ ଆତ୍ମସନ୍ତୋଷ ଲାଭ କରିଥାନ୍ତି" ବୋଲି କହିଛନ୍ତି ପୂଜକ ।
ଇଟିଭି ଭାରତ, ମୟୂରଭଞ୍ଜ