ପ୍ରଧାନମନ୍ତ୍ରୀଙ୍କ ପାଇଁ ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ପଠାଗଲା ରାକ୍ଷୀ - Rakhi for PM Modi

By ETV Bharat Odisha Team

Published : Aug 13, 2024, 9:28 AM IST

thumbnail
RAKHI FOR PM MODI (ETV BHARAT ODISHA)

ରାଇରଙ୍ଗପୁର: ଆଉ ଦିନ କେଇଟା ପରେ ରାକ୍ଷୀ ପୂର୍ଣ୍ଣିମା । ଭାଇ ପାଇଁ ରାକ୍ଷୀ ପଠାଇବାକୁ ଉଭଣୀ ତତ୍ପର । ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ରାଷ୍ଟ୍ରପତିଙ୍କ ଜିଲ୍ଲାରୁ ରାକ୍ଷୀ ପଠାଯାଇଛି । ରାଇରଙ୍ଗପୁର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ସମସ୍ତ ମହିଳା ପୋଷ୍ଟାଲ ମାଧ୍ୟରେ ରାକ୍ଷୀ ପଠାଇଛନ୍ତି । ନରେନ୍ଦ୍ର ମୋଦି ରାଇରଙ୍ଗପୁର ଭଳିଆ ଗୋଟିଏ ଛୋଟିଆ ଗ୍ରାମରୁ ଜଣେ ଆଦିବାସୀ ମହିଳାଙ୍କୁ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ବସାଇଛନ୍ତି।  ଯାହା ଫଳରେ ଆଣ ମାଟିର ଝିଅ ଦେଶର ରାଷ୍ଟ୍ରପତି ହୋଇପାରିଛି । ତେଣୁ ମୋଦିଙ୍କ ସୁରକ୍ଷା ଓ ଶୁଭମନାଶି ଆମେ ରାକ୍ଷୀ ପଠାଇଛୁ ବୋଲି କହିଛନ୍ତି ବିଜେପି ମହିଳା ମୋର୍ଚ୍ଚା। ରକ୍ଷା ବନ୍ଧନ ଉପଲକ୍ଷେ ଓଡ଼ିଶା ସରକାରଙ୍କ ତରଫରୁ ପ୍ରୋଟେକ୍ଟିଭ୍ ରାକ୍ଷୀ କଭରରରେ ରାକ୍ଷୀ ପଠାଇବା ପାଇଁ ସମସ୍ତ ଡାକ ଘରେ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଗତକାଲି ରାଇରଙ୍ଗପୁର ସହରରେ ଥିବା ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀ, ରାଇରଙ୍ଗପୁରର  ମହିଳା ଓ ବିଜେପିର ମହିଳା ମୋର୍ଚ୍ଚା ତରଫରୁ ସ୍ପିଡ୍ ପୋଷ୍ଟ ଯୋଗେ ମୋଦିଙ୍କ  ପାଇଁ ରାକ୍ଷୀ ପଠାଯାଇଛି ।  

ଏହା ମଧ୍ୟ ପଢନ୍ତୁ-ଆସୁଛି ରାକ୍ଷୀ ପୂର୍ଣ୍ଣିମା; ଭଳିକି ଭଳି ରାକ୍ଷୀରେ ଚମକୁଛି ଜଟଣୀ ବଜାର - Colourful Rakhi flood Jatani Market

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.