thumbnail

ମହାପ୍ରଭୁଙ୍କୁ ଦର୍ଶନ କଲେ ମହାମହିମ, ରାଷ୍ଟ୍ରପତିଙ୍କ ମଙ୍ଗଳ କାମନା କରି ନୀଳଚକ୍ରରେ ବନ୍ଧାଗଲା ବାନା - Puri Rath Yatra 2024

By ETV Bharat Odisha Team

Published : Jul 7, 2024, 10:29 PM IST

President Seek Blessings: ପୁରୀ: ଆଜି ରତ୍ନବେଦୀ ଛାଡି ଜନ୍ମବେଦୀ ଅଭିମୁଖେ ଯାତ୍ରା କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ବଡଦାଣ୍ଡରେ ନାହିଁ ଜାତି- ଅଜାତି, ସଭିଏଁ ହୋଇଛନ୍ତି ଭକ୍ତି ଭାବରେ ଏକାକାର । ଏହି ପରିପ୍ରେକ୍ଷୀରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମଣ୍ଡଳ ସଦସ୍ୟ । ପବିତ୍ର ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଏଥି ସହିତ ତିନି ରଥର ଦଉଡ଼ିକୁ ସ୍ପର୍ଶ କରି ମହାପ୍ରଭୁଙ୍କୁ ବଡ ଦାଣ୍ଡରେ ପ୍ରଣାମ କରିଛନ୍ତି । ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଙ୍ଗଳ କାମନା କରି ଶ୍ରୀମନ୍ଦିର ସେବାୟତ ନୀଳଚକ୍ରରେ ସବୁଠୁ ବଡ ବାନା ଲାଗି କରିଛନ୍ତି ।  

ଏହା ମଧ୍ୟ ପଢନ୍ତୁ...ଇସ୍କନ ରଥଯାତ୍ରା; ବର୍ଷା ସତ୍ତ୍ବେ ବି ଭକ୍ତଙ୍କ ପ୍ରବଳ ଭିଡ, ମହାବାହୁଙ୍କ ଦର୍ଶନ କରି ଆନନ୍ଦିତ ଶ୍ରଦ୍ଧାଳୁ - Iskcon Temple Rath Yatra

ଓଡ଼ିଶାର ଗର୍ବ ଗୌରବ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦେଶ ସେବା କରିବା ପାଇଁ ମହାପ୍ରଭୁ ତାଙ୍କୁ ଶକ୍ତି ଓ ଆଶୀର୍ବାଦ ଦିଅନ୍ତୁ ବୋଲି ସେବାୟତ ପ୍ରାର୍ଥନା କରିଛନ୍ତି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଓଡ଼ିଶାର ମନ୍ତ୍ରୀ ମଣ୍ଡଳ ସଦସ୍ୟ ରଥ ଉପରେ ବିରାଜମାନ କରିଥିବା ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦରୁ ଓଡ଼ିଶାରେ ପରିବର୍ତ୍ତନ ହୋଇଛି । ନୂଆ ସରକାର ବିଜେପି ଗଠନ କରିଛି । ଆଗାମୀ ଦିନରେ ନୂଆ ସରକାର ଯେଭଳି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରିବ ସେ ନେଇ ମହାପ୍ରଭୁ ଆଶୀର୍ବାଦ ଦେବାକୁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିବା ନେଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.