thumbnail

By ETV Bharat Odisha Team

Published : 3 hours ago

ETV Bharat / Videos

'ବାଡ଼ି ଖେଳ' ବଖାଣୁଛି ବୀରତ୍ବର ଗାଥା, ଦୁର୍ଗାପୂଜା ପୂର୍ବରୁ ଜୋରଦାର ଅଭ୍ୟାସ - Stick Play

ବାଲେଶ୍ବର: ଦୁର୍ଗାପୂଜା ଆସିଲେ ଅଷ୍ଟମୀ ପୂଜାରେ ପ୍ରଦର୍ଶନ ହୋଇଥାଏ ବାଡ଼ି ଖେଳ। ଯାହାକୁ ଦେଖିବା ପାଇଁ ଲୋକଙ୍କ ମାନରେ ଥାଏ ବେଶ ଉତ୍କଣ୍ଠା। ମହାଅଷ୍ଟମୀ ତିଥିରେ ପ୍ରତ୍ୟେକ ଆଖଡା ଖେଳାଳି ମହାବୀର ହନୁମାନଙ୍କ ନିକଟରେ ପୂଜାର୍ଚ୍ଚନା କରିଥାନ୍ତି । ଏହାସହ ଦଶହରା ବା ବିଜୟା ଦଶମୀ ସନ୍ଧ୍ୟାରେ ବାଲେଶ୍ୱର ସହରର ସିନେମା ଛକରେ ଆଖଡା ଖେଳ ପ୍ରଦର୍ଶନ ହେବ। ଏଥିପାଇଁ ବିଭିନ୍ନ ଅଞ୍ଚଳରେ ଥିବା ଆଖଡା ଦଳମାନଙ୍କର ଆରମ୍ଭ ହୋଇଛି ଅଭ୍ୟାସ। ଏହି ଆଖଡ଼ା ଅଭ୍ୟାସକୁ 'ଫୁଲକା' ମଧ୍ୟ କୁହାଯାଇଥାଏ। 
 

ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଆରମ୍ଭ କରିଥିଲେ:
ବାଲେଶ୍ୱରର ସମୁଦାୟ 31 ଆଖଡ଼ା ଦଳକୁ ନେଇ ଗଠିତ ହୋଇଛି ମହାବୀର ଆଖଡ଼ା ସଂଘ। ଏହାର ଯୁଗ୍ମ ସମ୍ପାଦକ ରାମେଶ୍ୱର ବେହେରା କହିଛନ୍ତି, "ବାଲେଶ୍ୱରରେ ଦୁର୍ଗାପୂଜାର ବିଶେଷ ଆକର୍ଷଣ ବାଡ଼ି ଖେଳ। ଏହି ବାଡ଼ି ଖେଳ ଦେଖିବା ପାଇଁ ବାଲେଶ୍ୱର ଜିଲ୍ଲା ତଥା ରାଜ୍ୟର କୋଣ ଅନୁକୋଣରୁ ସମସ୍ତେ ଦୌଡ଼ି ଆସିଥାନ୍ତି। ଏ ପରମ୍ପରା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡକ୍ଟର ହରେକୃଷ୍ଣ ମହତାବ ଆରମ୍ଭ କରିଥିଲେ। ଏହି ଖେଳ ବିରାଷ୍ଟମୀ ପୂଜା ଦିନ ମାକଲପୁର ସ୍ଥିତ ମହାବୀର ମନ୍ଦିର ପାଖରେ ଆୟୋଜନ କରାଯାଏ। ସେଠାରେ ପ୍ରତି ଦଳର ଖେଳାଳି ଯାଇ ସଲାମୀ ନିଅନ୍ତି ଏବଂ ଦଶହରା ଦିନ ସିନେମା ଛକ ହୋଇ ଥାନା ଛକ ଦେଇ ବାଲିଘାଟରେ ପହଞ୍ଚି ଏହାର ସମାପନ କରନ୍ତି ।"ଯେଉଁମାନେ ଭଲ ଖେଳ ପ୍ରଦର୍ଶନ କରିଥାନ୍ତି ସେମାନଙ୍କୁ ପୁରସ୍କୃତ କରାଯାଏ। ଚଳିତ ବର୍ଷ ବର୍ଷ ସରସ୍ୱତୀପୁରରେ ଏକ ନୂଆ ଆଖଡ଼ା ଦଳ କରାଯାଇଛି । 

ଏହା ବି ପଢନ୍ତୁ...ଏହି ୭ ରାଶିଙ୍କ ପାଇଁ ସୁଖ ସମୃଦ୍ଧିର ଭଣ୍ଡାର ନେଇ ଆସୁଛନ୍ତି ମା' ଦୁର୍ଗା - Durga Puja Horoscope

ଏହା ବି ପଢନ୍ତୁ...ମା' ଲଙ୍କେଶ୍ୱରୀଙ୍କ ପୀଠରେ ଖଣ୍ଡାବସା ପର୍ବ - Khandabasa Jatra

ଏହା ବି ପଢନ୍ତୁ...ବିରାଷ୍ଟମୀରେ ନିଆରା ବାଡିଖେଳ ପରମ୍ପରା

ଏହା ବି ପଢନ୍ତୁ... No DJ Music: ଏଣିକି ପୂଜାରେ ଶୁଭିବନି ଡିଜେ, ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ - Bans DJ Music During Puja

ବାଡ଼ି ଖେଳ ପରମ୍ପରାର ଇତିହାସ:

ଯେତେବେଳେ ଇଂରେଜମାନେ ଭାରତ ବର୍ଷରେ ଶାସନ କରୁଥିଲେ ସେତେବେଳେ ହରେକୃଷ୍ଣ ମହତାବ ଏହାକୁ ଆରମ୍ଭ କରିଥିଲେ। ଇଂରେଜମାନଙ୍କ ଶାନକ କାଳରେ ସେମାନଙ୍କୁ ଦମନ କରିବା ଉଦ୍ଦେଶ୍ୟରେ ଏହି ଖେଳ ପ୍ରଦର୍ଶନ କରି ନିଜକୁ ରକ୍ଷା କରିବା ନେଇ ଶିକ୍ଷା ଦିଆଯାଉଥିଲା। ମୁଁ ଏଥିପାଇଁ କହୁଛି ଯେ ଯେଉଁ ଆଖଡ଼ା ଦଳ ଗୁଡିକ ବସି ଯାଇଛନ୍ତି ବା ବାହାରୁ ନାହାନ୍ତି ସେମାନେ ନିଜର କଳା ପ୍ରଦର୍ଶନ କରିବା ପାଇଁ ଆଗେଇ ଆସନ୍ତୁ ଏବଂ ଅଧିକରୁ ଅଧିକ ଆଖଡ଼ା ଦଳକୁ ବାହାର କରନ୍ତୁ।"

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.