thumbnail

By ETV Bharat Odisha Team

Published : Mar 25, 2024, 6:55 AM IST

ETV Bharat / Videos

ଏକାକି ଲଢିବୁ,ପୂର୍ଣ୍ଣ ବହୁମତ ହାସଲ କରିବୁ: ପ୍ରତାପ ନନା - Pratap Sarangi Reaction

Pratap sarangi reaction: ବାଲେଶ୍ବର: ପୁଣି ବାଲେଶ୍ବର ଲୋକସେବା କ୍ଷେତ୍ରରୁ ଲଢିବେ ପ୍ରତାପ ନନା । ସାଂସଦ ପ୍ରାର୍ଥୀ ଭାବେ ପୁଣିଥରେ ବିଜେପି ପ୍ରତାପ ଷଡ଼ଙ୍ଗୀଙ୍କ ଉପରେ ଆସ୍ଥା ପ୍ରକଟ କରି ଦଳୀୟ ଟିକେଟ ପ୍ରଦାନ କରିଛି । 2019 ନିର୍ବାଚନରେ ପ୍ରତାପ ଷଡ଼ଙ୍ଗୀ ବିଜୟୀ ଲାଭ କରିବା ସହ କେନ୍ଦ୍ରମନ୍ତ୍ରୀ ଭାବେ ଦାଇତ୍ବ ତୁଲାଇଥିଲେ । ଏହାରି ଭିତରେ ଚଳିତ ନିର୍ବାଚନରେ ମଧ୍ୟ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ବାଲେଶ୍ବରରେ ସାଂସଦ ପ୍ରାର୍ଥୀ ଭାବେ ଚୟନ କରିଛି । ଏହି ଅବସରରେ ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ, କୋଭିଡ ସମୟରେ ସେ ବାଲେଶ୍ଵରର ସାଂସଦ ଭାବେ ପ୍ରତାପ ନବ ନିର୍ବାଚିତ ହୋଇଥିଲେ । ଏହା ତାଙ୍କ ପାଇଁ ଏକ ପ୍ରକାର ଚ୍ୟାଲେଞ୍ଜ ରହିଥିବା ବେଳେ ବିକାଶ ମୂଳକ କାର୍ଯ୍ୟ ଉଚିତ୍ ଭାବେ ସମ୍ପାଦିତ ହୋଇ ପାରିନାହିଁ । କିନ୍ତୁ ବାଲେଶ୍ବରରେ ରେଳ କ୍ଷେତ୍ରରେ ବହୁଳ ବିକାଶ କରାଯାଇଛି, ସୁବର୍ଣ୍ଣରେଖା ବନ୍ୟା ନିୟନ୍ତ୍ରଣ ଯୋଜନା,ଗଭୀର ଜଳ ମାଛଚାଷ, ଆଦର୍ଶ ଗ୍ରାମ ଭଳି ବିକାଶ ମୂଳକ ଯୋଜନା ବାଲେଶ୍ବରରେ କାର୍ଯ୍ୟକାରୀ କରାଯାଇଛି । ଚଳିତ ସାଧାରଣ ନିର୍ବାଚନ ଏକାକୀ ଲଢିବୁ ଏବଂ ପୂର୍ଣ୍ଣ ବହୁମତ ହାସଲ କରିବୁ ।   

ସେପଟେ ଦ୍ଵିତୀୟ ଥର ପାଇଁ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବା ବେଳେ ବିଗତ ଦିନ ଗୁଡ଼ିକରେ ହୋଇଥିବା ବାଲେଶ୍ଵରର ବିକାଶକୁ ନେଇ ଲୋକନଙ୍କ ପାଖକୁ ଭୋଟ ମାଗିବାକୁ ଯିବେ ବୋଲି କହିଛନ୍ତି ପ୍ରତାପ ।  ତେବେ ବିଜେଡି ଏବଂ କଂଗ୍ରେସ ଆଗାମୀ ଦିନରେ ପ୍ରତାପଙ୍କ ବିରୋଧରେ କେମିତି ପ୍ରାର୍ଥୀ ଦେଉଛନ୍ତି,ତାହା ଦେଖିବାକୁ ବାକି ରହିଲା ।  

ଏହା ମଧ୍ୟ ପଢନ୍ତୁ.....5ମ ପ୍ରାର୍ଥୀ ତାଲିକାରେ ଓଡିଶାରେ 18 ପ୍ରାର୍ଥୀ ଦେଲା ବିଜେପି: ସମ୍ବଲପୁରରୁ ଧର୍ମେନ୍ଦ୍ର, କେନ୍ଦ୍ରାପଡାରୁ ବୈଜୟନ୍ତ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.