କାହିଁକି ଆଇଟି ସେକ୍ଟରରୁ ଚାକିର ଛାଡି ରାଜନୈତିକ ମୈଦାନକୁ ଆସିଲେ ପ୍ରକାଶ ସେଠୀ ? - Cuttack Sadar Assembly Constituency

By ETV Bharat Odisha Team

Published : Apr 3, 2024, 8:23 PM IST

thumbnail

BJP MLA Candidate For Cuttack Sadar: କଟକ: ନିକଟରେ ପ୍ରକାଶ ପାଇଛି ବିଜେଡି, ବିଜେପି ଓ କଂଗ୍ରେସର ପ୍ରାର୍ଥୀ ତାଲିକା । ତେବେ ଏହି କ୍ରମରେ କଟକ ସଦର ନିର୍ବାଚନ ମଣ୍ଡଳୀରେ ରାଜନୀତି ହୋଇଛି ସରଗରମ । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିରୁ ଚନ୍ଦ୍ର ସାରଥୀ ବେହେରା ପାର୍ଥି ହୋଇଥିବା ବେଳେ ବିଜେପି ରୁ ପ୍ରକାଶ ଚନ୍ଦ୍ର ସେଠୀ ପାର୍ଥି ହୋଇଛନ୍ତି। ଉଭୟଙ୍କ ମଧ୍ୟ ରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି । ପ୍ରକାଶ ଆଇଟି ସେକ୍ଟର ଛାଡି ନିର୍ବାଚନରେ ପ୍ରଥମ ଥର ପାଇଁ ପାଦ ଦେଇଛନ୍ତି । ଯଦିଓ ୫ ବର୍ଷ ସେ ସମାଜ ସେବାରେ ନିଜକୁ ନିୟୋଜିତ କରିଛନ୍ତି, ମାତ୍ର ନିର୍ବାଚନରେ ଅନେକ ଚାଲେଞ୍ଜ ରହିବ । କାରଣ ଚନ୍ଦ୍ର ସାରଥୀ ଦୁଇ ଦୁଇ ଥର ବିଜେଡିରୁ ଜିତି ଆସୁଛନ୍ତି । ତେଣୁ ତାଙ୍କ ବିରୋଧରେ ନିର୍ବାଚନ ଲଢ଼ିବା ପ୍ରକାଶଙ୍କ ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିପାରେ ।

ଏହା ମଧ୍ୟ ପଢନ୍ତୁ... ଟିକେଟ ଘୋଷଣା ପରେ ନିର୍ବାଚନୀ ମୈଦାନକୁ ଓହ୍ଲାଇଲେ ଯାଜପୁର ଜିଲ୍ଲା ବିଜେପି ପ୍ରାର୍ଥୀ - ODISHA ASSEMBLY ELECTION 2024

ମାତ୍ର ପ୍ରକାଶ କହିଛନ୍ତି ,ସେ ମାଟିର ପୁଅ ଏବଂ ନିଜ ମାଟିର ଲୋକ ତାଙ୍କୁ ଭୋଟ ଦେବେ । ସେହିପରି ଶାସକ ଦଳ ଦୁର୍ନୀତିରେ ଲିପ୍ତ ବୋଲି ପ୍ରକାଶ କହିଛନ୍ତି  । ଏହାକୁ ସାଧାରଣ ଲୋକଙ୍କ ପାଖକୁ ନେଇ ପ୍ରଚାର କରିବେ ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ କଟକ ସଦର ନିର୍ବାଚନ ମଣ୍ଡଳୀର ଅନେକ ସମସ୍ୟା କୁ ନେଇ ସେ ମୁଦ୍ଦା କରିବେ । ବିଶେଷ କରି ରାସ୍ତା ଘାଟ ସମସ୍ୟା,ଚାଷୀ ମାନଙ୍କ ସମସ୍ୟା,ଶୀତଳ ଭଣ୍ଡାର ଆଦି ପ୍ରସଙ୍ଗ କୁ ମଧ୍ୟ ନିଜର ନିର୍ବାଚନୀ ମୁଦ୍ଦା ରଖିବେ । ସେ ଆଇଟି ସେକ୍ଟର ରେ କାମ କରୁଥିଲେ ଏବଂ ସେ ନିଜର କ୍ୟାରିଅରରେ ପାଇଥିବା ଅଭିଜ୍ଞତାକୁ ନେଇ ନିର୍ବାଚନ ଲଢ଼ିବେ ବୋଲି ସ୍ପଷ୍ଟ କରିଛନ୍ତି ।

ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.