ETV Bharat / state

ଟ୍ରାଙ୍କୁଲାଇଜ ହୋଇପାରୁନି ବାଘୁଣୀ ଜୀନତ, ବନ ବିଭାଗକୁ ଘାରିଲାଣି ଚିନ୍ତା - TIGER ZEENAT

ଜୀନତକୁ ନେଇ ଚିନ୍ତାରେ ବନ ବିଭାଗ । ସମ୍ଭବ ହେଉନି ଟ୍ରାଙ୍କୁଲାଇଜେସନ୍ସ । PCCF କହିଲେ ସାଟେଲାଇଟ ରେଡ଼ିଓ କଲାର ଜରିଆରେ ତୀକ୍ଷ୍ଣ ନଜର ରହିଛି ।

ବାଘୁଣୀ ଜୀନତ
ବାଘୁଣୀ ଜୀନତ (ETV Bharat Odisha)
author img

By ETV Bharat Odisha Team

Published : 5 hours ago

ଭୁବନେଶ୍ବର: ବନବିଭାଗକୁ ଚିନ୍ତାରେ ପକାଇ ଦେଇଛି ବାଘୁଣୀ ଜୀନତ । ଶିମିଳିପାଳରୁ ଫେରାର ହୋଇ ପ୍ରଥମେ ଝାଡ଼ଖଣ୍ଡ ପରେ ପଶ୍ଚିମବଙ୍ଗରେ ଯାଇ ପହଞ୍ଚିଛି ଜୀନତ । ଓଡ଼ିଶା ଫେରାର ଆଣିବାକୁ କସରତ ଜାରି ରଖିଛି ବନବିଭାଗ । ଟ୍ରାଙ୍କୁଲାଇଜ କରି ଓଡ଼ିଶାକୁ ଫେରାଇ ଆଣିବାକୁ ବନବିଭାଗ ଯୋଜନା କରିଥିବା ବେଳେ ସବୁ ଯୋଜନା ଫେଲ୍‌ ମାରୁଛି । ଟ୍ରାଙ୍କୁଲାଇଜ ହୋଇପାରୁନି ଜୀନତ । ଯାହାକୁ ନେଇ ଏବେ ଚିନ୍ତାରେ ବନବିଭାଗ ।

ହୋଇପାରୁନାହିଁ ଟ୍ରାଙ୍କୁଲାଇଜେସନ୍:

ଜୀନତକୁ ନେଇ ଚିନ୍ତାରେ ବନ ବିଭାଗ (ETV Bharat Odisha)

ଏନେଇ ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା କହିଛନ୍ତି, ‘ସମ୍ଭବ ହୋଇପାରୁନାହିଁ ଟ୍ରାଙ୍କୁଲାଇଜେସନ୍ । ବାଘୁଣୀ ଜୀନତକୁ ୩-୪ ଥର ଟ୍ରାଙ୍କୁଲାଇଜ କରିବାକୁ ଚେଷ୍ଟା କରାଯାଇଛି । ହେଲେ ଘଞ୍ଚ ଜଙ୍ଗଲ ଭିତରେ ରହୁଥିବାରୁ ସମ୍ଭବ ହେଉନି ଟ୍ରାଙ୍କୁଲାଇଜେସନ୍ । ତେବେ ବାଘୁଣୀକୁ ସାଟେଲାଇଟ ରେଡ଼ିଓ କଲାର ଜରିଆରେ ତୀକ୍ଷଣ ନଜର ରହିଛି ବନ ବିଭାଗ । ତେବେ ସ୍ପଷ୍ଟ ଚିତ୍ର ମିଳି ପାରୁ ନଥିବାରୁ ଇଞ୍ଜେକସନ୍ ଠିକ୍ ଜାଗାରେ ଲାଗିନି । ଜୀନତ ଶିକାର କରୁଛି । ସୁସ୍ଥ ମଧ୍ୟ ଅଛି । ସାଟେଲାଇଟ ରେଡ଼ିଓ କଲାର ଜରିଆରେ ତା’ ଉପରେ ତୀକ୍ଷଣ ନଜର ରଖାଯାଇଛି ।’

ବାଘୁଣୀ ଜୀନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆରେ:

ବନ୍ୟପ୍ରାଣୀ ପିସିସିଏଫ ପ୍ରେମ କୁମାର ଝା ଆହୁରି କହିଛନ୍ତି, ‘ବାଘୁଣୀ ଜୀନତ୍ ଏବେ ପଶ୍ଚିମବଙ୍ଗ ପୁରୁଳିଆରେ ନଜର ଆସିଛି । ଜୀନତକୁ ଟ୍ରାକ କରିବା ପାଇଁ ଲାଗିଛନ୍ତି ଦୁଇ ରାଜ୍ୟର ୩ଟି ଟିମ୍ । ଓଡ଼ିଶାର ଗୋଟିଏ ଟିମ, ସୁନ୍ଦରବନ ଟିମ ସମେତ ପଶ୍ଚିମବଙ୍ଗର ଦୁଇଟି ଟିମ ଜୀନତ ପାଇଁ ଲାଗିଛନ୍ତି । ଯଦିଓ ଏବେ ଟ୍ରାଙ୍କୁଲାଇଜ ପାଇଁ ହାତୀର ସହାୟତା ନିଆଯାଇନି, ଆବଶ୍ୟକ ପଡ଼ିଲେ ସେ ବିକଳ୍ପ ବି ଆପଣାଯିବ । ଖୁବଶୀଘ୍ର ଶିମିଳିପାଳ ଅଭୟାରଣ୍ୟ ଫେରାଇ ଆଣିବାକୁ ସବୁ ପ୍ରକାର ଚେଷ୍ଟା କରାଯିବ ।’

ଶିମିଳିପାଳ ନିକଟରେ ଯମୁନା:

ବାଘୁଣୀ ଜୀନତ
ବାଘୁଣୀ ଜୀନତ (ETV Bharat Odisha)

ପିସିସିଏଫ ପ୍ରେମ କୁମାର ଝା ଆହୁରି କହିଛନ୍ତି, ‘ବାଘୁଣୀ ଯମୁନା ଶିମିଳିପାଳ ଅଭୟାରଣ୍ୟରୁ ବାଲେଶ୍ବର ଜିଲ୍ଲାର କୁଲଡ଼ିହା ଅଭୟାରଣ୍ୟ ରହିଛି । ଏବେ ବାଘୁଣୀ ଯମୁନା ପୁଣି ସେଠାରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିବ ବୋଲି ଯୋଜନା କରାଯାଉଛି । ବର୍ତ୍ତମାନ ବାଘୁଣୀ ଯମୁନା ସୁସ୍ଥ ଅଛି । ଜୀନତ୍‌ ବର୍ତ୍ତମାନ ପଶ୍ଚିମବଙ୍ଗକୁ ଚାଲିଯାଇଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ବନ ବିଭାଗ ଜୀନତ୍‌କୁ ଟ୍ରାକିଂ କରୁଛନ୍ତି । ଜୀନତ୍‌ ବର୍ତ୍ତମାନ ସୁସ୍ଥ ଅଛି ।’

ଶିମିଳିପାଳ ଆସିଥିଲା ପ୍ରଥମ ବାଘୁଣୀ ଯମୁନା:

ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା ଚଳିତ ବର୍ଷ ପ୍ରଥମ ନୂଆ ଅତିଥି ବାଘୁଣୀ ଯମୁନା । ଅକ୍ଟୋବର ୨୭ ତାରିଖରେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ବାଘୁଣୀ ଯମୁନାକୁ ଆଣି ଶିମିଳିପାଳ ଅଭୟାରଣ୍ୟରେ ଛଡ଼ା ଯାଇଥିଲା । ହେଲେ କିଛି ଦିନ ତଳେ ଶିମିଳିପାଳ ଛାଡି ଶିମିଳିପାଳ ଆଭୟାରଣ୍ୟ ପାଖ କୁଲଡିହା ଜଙ୍ଗଲରେ ରହିଛି ଯମୁନା । ସେଠାରେ ବନ ବିଭାଗ ବାଘୁଣୀକୁ ଟ୍ରାକ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ:

ବାଘୁଣୀଙ୍କୁ ସୁହାଉ ନାହିଁ କି ଶିମିଳିପାଳ ? PCCF କହିଲେ 'ଯମୁନା-ଜୀନତ ଉପରେ ରହିଛି ନଜର'

ବାଘୁଣୀ ଜୀନତ ଝାଡ଼ଖଣ୍ଡରୁ ପଶ୍ଚିମବଙ୍ଗ ଚମ୍ପଟ, ଟ୍ରାକିଂ କରୁଛି ବନବିଭାଗ

ଝାଡ଼ଖଣ୍ଡ ଜଙ୍ଗଲରେ ବାଘୁଣୀ ଜୀନତ, ୪ ଗାଁରେ କୋକୁଆ ଭୟ, 163 ଧାରା ଲାଗୁ

ଶିମିଳିପାଳରୁ ବାଘୁଣୀ ଜୀନତ ଫେରାର

ଦ୍ଵିତୀୟ ବାଘୁଣୀ ଜୀନତ:

ଶିମିଳିପାଳ ଅଭୟାରଣ୍ୟକୁ ଦ୍ଵିତୀୟ ନୂଆ ଅତିଥି ହେଉଛି ବାଘୁଣୀ ଜୀନତ । ନଭେମ୍ବର ୧୪ ତାରିଖରେ ମହାରାଷ୍ଟ୍ରରୁ ଜୀନତକୁ ଅଣାଯାଇଥିଲା । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲା ସ୍ଥିତ ତଡୋବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଉଦ୍ୟାନରୁ ହିଁ ଦ୍ୱିତୀୟ ବାଘୁଣୀ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା । ଏଥିପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ ଜୀନତ ଉପରେ ତୀକ୍ଷ୍ଣ ନଜର ରଖିଥିଲା । ତେବେ ଏହି ବାଘୁଣୀ ଶିମିଳିପାଳରେ ବାରହା ଶିକାର ମଧ୍ୟ କରିଥିଲା । ହେଲେ କିଛି ଦିନ ପୂର୍ବରୁ ବାଘୁଣୀ ଜୀନତ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ପଳାଇଥିଲା । ଯାହା ଝାଡ଼ଖଣ୍ଡର ଏକ ଜଙ୍ଗଲରେ ବାଘୁଣୀ ଜୀନତକୁ ଦେଖିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ବାଘୁଣୀ ପଶ୍ଚିମବଙ୍ଗର ଏକ ଜଙ୍ଗଲରେ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.