thumbnail

ରାଜଧାନୀ ଭୁବନେଶ୍ବରରେ ରୋଡ ସୋ' କରୁଛନ୍ତି ମୋଦି, ଦେଖନ୍ତୁ LIVE - PM Modi Road Show LIVE

By ETV Bharat Odisha Team

Published : May 10, 2024, 8:47 PM IST

Updated : May 10, 2024, 9:46 PM IST

PM Modi Road Show LIVE: ଭୁବନେଶ୍ବର: ରାଜଧାନୀରେ ମେଗା ରୋଡ ସୋ' କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 2 ଦିନିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ଥିବା ବେଳେ ପ୍ରଥମେ ଭୁବନେଶ୍ବରରେ ପହଞ୍ଚିବା ପରେ ଏବେ ରୋଡ ସୋ' କରୁଛନ୍ତି । ଯେଉଁଥିରେ ବିପୁଳ ଜନ ସମାବେଶ ହୋଇଛି । ରାଜଧାନୀ ରାଜରାସ୍ତା ଖଚାଖଚ ଭିଡ଼ ଜମିଥିବା ବେଳେ ହାତ ହଲାଇ ରାଜଧାନୀବାସୀଙ୍କୁ ଅଭିବାଦନ ଜଣାଉଛନ୍ତି ମୋଦି । ଏହି ରାଲିରେ ୨ ଲକ୍ଷରୁ ଅଧିକ କାର୍ଯ୍ୟକର୍ତ୍ତା ସାମିଲ ହୋଇଛନ୍ତି । ଅନ୍ୟପଟେ ସୁରକ୍ଷା ଦୃଷ୍ଟିରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖାଯାଇ  ଅପରାହ୍ନ ୨ଟାରୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାରରେ ଯାତାୟତ ବନ୍ଦ ରହିଛି । ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ ଅପରାହ୍ନ ୪ଟାରୁ ଯାତାୟତ ବନ୍ଦ ଥିବାବେଳେ ଏହା ରାଲି ସରିବା ପର୍ଯ୍ୟନ୍ତ ବଳବତ୍ତର ରହିବ । ଏହି ରୋଡ ସୋ' ପରେ ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରି ଯାପନ କରିବେ ବୋଲି ଜଣାପଡ଼ିଛି । 
Last Updated : May 10, 2024, 9:46 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.