ETV Bharat / state

ପୂର୍ବତଟ ରେଳବାଇର ପୂଜା ସ୍ପେଶାଲ ଟ୍ରେନ, ଓଡ଼ିଶାର ଏହି ରୁଟରେ କରିବ ଚଳାଚଳ - Special Train

ଦୁର୍ଗାପୂଜା ଏବଂ ଦୀପାବଳି ପାଇଁ ଓଡ଼ିଶାରେ ରେଳ ଯାତ୍ରୀଙ୍କ ଭିଡ ଏଡ଼ାଇବାକୁ ପୂର୍ବତଟ ରେଳବାଇର ସ୍ଵତନ୍ତ୍ର ଟ୍ରେନ ସେବା । ଦେଶରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଷ୍ଟେସନରୁ ଗଡିବ 27ଟି ସ୍ବତନ୍ତ୍ର ଟ୍ରେନ ।

author img

By ETV Bharat Odisha Team

Published : 2 hours ago

Updated : 2 hours ago

special trains
special trains (ETV BHARAT ODISHA)

ଭୁବନେଶ୍ବର: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ପାର୍ବଣରେ ଯାତ୍ରୀଙ୍କୁ ରେଳ ବିଭାଗର ଭେଟି । ଦୁର୍ଗାପୂଜା, ଦୀପାବଳି ଓ ଛଟପୂଜା ଅବସରରେ ଦେଶର ବିଭିନ୍ନ ପ୍ରାନ୍ତକୁ ଯିବାକୁ ଚାହୁଁଥିଲେ ଏହି ଖବରଟି ନିଶ୍ଚୟ ଆପଣଙ୍କ ପାଇଁ । ପାର୍ବଣ ପାଇଁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଛି ପୂର୍ବତଟ ରେଳପଥ । ଓଡିଶାର ବିଭିନ୍ନ ଷ୍ଟେସନରୁ ଅନ୍ୟ ରାଜ୍ୟକୁ ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହୋଇଛି । ତେବେ କେଉଁ ଷ୍ଟେସନ ଦେଇ ଏହି ଟ୍ରେନଗୁଡିକ ଚଳାଚଳ କରିବ, ସେମ୍ପର୍କରେ ଆସନ୍ତୁ ଜାଣିବା ।

  • ପାର୍ବଣ ପାଇଁ ସ୍ବତନ୍ତ୍ର ଟ୍ରେନ:-

ପାର୍ବଣ ସମୟରେ ଟ୍ରେନ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଦ୍ୱାରା ଦେଶର ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟତ ପାଇଁ ‘ପୂଜା ସ୍ଵତନ୍ତ୍ର ଟ୍ରେନ୍’ ଚଳାଚଳ କରିବ । ଯାହା ଦ୍ଵାରା ପୂର୍ବତଟ ରେଳପଥ ଯାତ୍ରୀମାନଙ୍କ ସୁବିଧାଜନକ ଯାତ୍ରା ବିକଳ୍ପ ସୁନିଶ୍ଚିତ କରିବା ଲକ୍ଷ୍ୟ ସହ ପୂଜା ଛୁଟି ସମୟରେ ପ୍ରାୟ 5ଲକ୍ଷ 32ହଜାରରୁ ଅଧିକ ଅତିରିକ୍ତ ଯାତ୍ରୀ ପରିବହନ ପାଇଁ ଲକ୍ଷ୍ୟ ରଖିଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଦେଶରେ ଥିବା ଗୁରୁତ୍ବପୂର୍ଣ୍ଣ ଷ୍ଟେସନଗୁଡିକରୁ 27ଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିବ । ସେଥିମଧ୍ୟରୁ 14 ଯୋଡା ଟ୍ରେନ ପୂର୍ବତଟ ରେଳ ପରିସୀମା ମଧ୍ୟ ଦେଇ ଦେଶର ବିଭିନ୍ନ ଷ୍ଟେସନକୁ ଗଡିବ । ମୋଟ 1,134 ଟ୍ରିପ୍‌ ସ୍ବତନ୍ତ୍ର ଟ୍ରେନ ଏହି ପୂଜା ସମୟରେ ଚଳାଚଳ କରିବ । ପାର୍ବଣରେ ଟ୍ରେନରେ ଭିଡ କମାଇବା ପାଇଁ ରେଳବିଭାଗ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆଜିଠାରୁ ଆରମ୍ଭ ହୋଇଛି ।

ଏହା ମଧ୍ୟ ପଢନ୍ତୁ-ପାର୍ବଣରେ ଟ୍ରାକରେ ଗଡ଼ିବ ୬୦୦୦ ସ୍ପେଶାଲ ଟ୍ରେନ, ଟ୍ରେନ ଯାତ୍ରୀଙ୍କୁ ଭାରତୀୟ ରେଳବାଇର ବଡ଼ ଭେଟି - Special Train For Festive Season

ଏହା ମଧ୍ୟ ପଢନ୍ତୁ-ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏଣିକି ଗୋଟିଏ କ୍ଲିକରେ ସମସ୍ୟା ହେବ ଦୂର! - Super App Services

  • ପୂର୍ବତନ ରେଳବାଇରେ ସ୍ୱତନ୍ତ୍ର ଟ୍ରେନ:-
  1. ଭୁବନେଶ୍ୱରରୁ ଧାନବାଦ୍ (ଝାଡ଼ଖଣ୍ଡ) ଏବଂ ଯଶୋବନ୍ତପୁର (ବେଙ୍ଗାଲୁରୁ) ଅଭିମୁଖେ ରେଳ ଚଳାଚଳ କରୁଛି
  2. ପୁରୀରୁ ପାଟନା (ବିହାର), ନିଜାମୁଦ୍ଦିନ (ଦିଲ୍ଲୀ), ଉଧନା (ସୁରଟ-ଗୁଜୁରାଟ), ଗ୍ୱାଲିୟର (ମଧ୍ୟ ପ୍ରଦେଶ), କୋଲକାତା, ସାନ୍ତ୍ରାଗାଛି, ଶାଲିମାର (ପଶ୍ଚିମ ବଙ୍ଗ) ଏବଂ ଭଞ୍ଜପୁର (ବାରିପଦା) ଅଭିମୁଖେ ଟ୍ରେନ ଚଳାଚଳ କରୁଛି ।
  3. ସମ୍ବଲପୁରରୁ ଏରୋଡେ (କେରଳ)
  4. ବିଶାଖାପାଟନମ୍ ଠାରୁ ସିକନ୍ଦରାବାଦ, ବେଙ୍ଗାଲୁରୁ, ତିରୁପତି, ଚେନ୍ନାଇ, କୋଲାମ (କେରଳ), ଶାଲିମାର ଏବଂ ଆରାକୁ ଅଭିମୁଖେ ଚଳାଚଳ କରୁଛି
  5. ବ୍ରହ୍ମପୁରରୁ ନାନ୍ଦେଡ (ମହାରାଷ୍ଟ୍ର), ସିକନ୍ଦରାବାଦ, ସୁରଟ(ଗୁଜୁରାଟ)
  6. ଶ୍ରୀକାକୁଲମ୍ ଠାରୁ ସିକନ୍ଦରାବାଦ ଏବଂ ତିରୁପତି ଅଭିମୁଖେ ଟ୍ରେନ ଯାତାୟତ କରୁଛି
  7. କଟକରୁ ହାଇଦ୍ରାବାଦ ଅଭିମୁଖେ ଚଳାଚଳ କରୁଛି ସ୍ଵତନ୍ତ୍ର ଟ୍ରେନ

ଏହା ମଧ୍ୟ ପଢନ୍ତୁ-ରେଳବାଇରେ ବିପ୍ଳବ ଆଣିଛି 'ବନ୍ଦେ ଭାରତ ଏକ୍ସପ୍ରେସ', କଣ ରହିଛି ନୂଆ ଫିଚର ଓ ଫେସିଲିଟି ? - Vande Bharat Express

ଏହା ବି ପଢନ୍ତୁ...କେମିତି ଥିଲା ବନ୍ଦେ ଭାରତ ଯାତ୍ରା ଅନୁଭୂତି, ଇଟିଭି ଭାରତ ଆଗରେ ବଖାଣିଲେ ମୁଖ୍ୟମନ୍ତ୍ରୀ ମୋହନ - Interview With Mohan Majhi

  • ଯାତ୍ରୀଙ୍କୁ ସୁରକ୍ଷା ଓ ସୁଗମ ଯାତ୍ରା ଯୋଗାଇବ ରେଳ ବିଭାଗ:-

ଜାତୀୟ ଟ୍ରେନ୍ ଇନକ୍ୱାରୀ ସିଷ୍ଟମ୍ (NTES), ପୂର୍ବତଟ ରେଳପଥ (ଇଷ୍ଟକୋଷ୍ଟ ରେଲୱେ) ସୋସିଆଲ୍ ମିଡିଆ ପ୍ଲାଟଫର୍ମ, ରେଳ ଷ୍ଟେସନରେ ଥିବା PRS କାଉଣ୍ଟର (ଅନୁସନ୍ଧାନ କେନ୍ଦ୍ର) ଭଳି ବିଭିନ୍ନ ମାଧ୍ୟମରେ ଏହି ସ୍ୱତନ୍ତ୍ର ଟ୍ରେନର କାର୍ଯ୍ୟସୂଚୀ ଏବଂ ଉପଲବ୍ଧତା ସମ୍ବନ୍ଧରେ ଅବଗତ ହୋଇପାରିବେ ରେଳ ଯାତ୍ରୀ । ଯାହାକି ଏକ ସୁଗମ ଏବଂ ଅସୁବିଧାମୁକ୍ତ ଭ୍ରମଣ ଅଭିଜ୍ଞତା ପାଇଁ ଯାତ୍ରୀଙ୍କୁ ସଠିକ ସୂଚନା ପ୍ରଦାନ କରିପାରିବ ।

ଦୁର୍ଗା ପୂଜା, ଦୀପାବଳି ଏବଂ ଛଟ ପୂଜା ସମୟରେ ଲୋକପ୍ରିୟ ଗନ୍ତବ୍ୟସ୍ଥଳକୁ ଯାତାୟାତ କରିବାକୁ ଥିବା ଯାତ୍ରୀମାନଙ୍କୁ ଏହି ସ୍ୱତନ୍ତ୍ର ଟ୍ରେନ୍ ଅତିରିକ୍ତ ସୁବିଧା ଯୋଗାଇବ । ଫଳରେ ଯାତ୍ରୀ ସୁବିଧାରେ ଏବଂ ନିରାପଦରେ ଠିକ୍ ସମୟରେ ନିଜ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : 2 hours ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.