thumbnail

ରାମଲାଲାଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦି, ପ୍ରାଣ ପ୍ରତିଷ୍ଠା ପରେ ପ୍ରଥମ ଗସ୍ତ - PM Modi Offers Prayers at Ayodhya

By ETV Bharat Odisha Team

Published : May 5, 2024, 9:40 PM IST

PM Modi Offers Prayers at Ayodhya Ram Mandir: ଅଯୋଧ୍ୟା: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଅଯୋଧ୍ୟାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଗସ୍ତ । ଉତ୍ତର ପ୍ରଦେଶରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିବା ପରେ ମୋଦି ସନ୍ଧ୍ୟାରେ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଏହାପରେ ମୋଦି ମନ୍ଦିର ମାଳିନୀ ସହର ଅଯୋଧ୍ୟାରେ ଏକ ବିଶାଳ ରୋଡ ଶୋ' କରିଛନ୍ତି । ଏନେଇ ସାରା ଅଯୋଧ୍ୟାକୁ ଅତି ସୁନ୍ଦର ଆଲୋକମାଳା ସହିତ ସୁସଜ୍ଜିତ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ରୋଡ ଶୋ' ସୁଗ୍ରୀବ ଗଡରୁ ଆରମ୍ଭ ହଗୋଇ ଲତା ଛକ ପର୍ଯ୍ୟନ୍ତ ଚାଲିବ । ପ୍ରାୟ 2କିମି ମୋଦି ରୋଡ ଶୋ' କରିବେ । ଏଥିଲାଗି ରାସ୍ତାକଡ଼ରେ ମୋଦିଙ୍କ ବିରାଟ ବଡ଼ ହୋର୍ଡିଂ ଲାଗିଥିବା ଦେଖିବାକୁ ମିଳିଛି । ମୋଦିଙ୍କୁ ସ୍ବାଗତ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାପରେ ମୋଦି ଓଡ଼ିଶା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । 

ଏହା ବି ପଢନ୍ତୁ- ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ ନଡ୍ଡା; କମ୍ପିବ ପ୍ରଚାର ମଇଦାନ, ଉତ୍ସାହିତ କର୍ମୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.