କଳକୀ ଧାମର ଶିଳାନ୍ୟାସ ସହ ମନ୍ଦିର ମଡେଲ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

By ETV Bharat Odisha Team

Published : Feb 19, 2024, 1:10 PM IST

thumbnail

Kalki Dham Temple, ଲକ୍ଷ୍ନୌ: ଉତ୍ତର ପ୍ରଦେଶ ସମ୍ଭଲ ଜିଲ୍ଲାରେ ଶ୍ରୀକଳକୀ ଧାମର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି । ମୋଦିଙ୍କ ସହ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କଳକୀ ଧାମ ପୀଠାଧୀଶ୍ବର ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ମନ୍ଦିରର ଏକ ମଡେଲ ଉନ୍ମୋଚନ କରିଛନ୍ତି ।  

ସମ୍ଭଲରେ କଳକୀ ଧାମର ଶିଳାନ୍ୟାସ କରିବା ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଚାର୍ଯ୍ୟ ଓ ସାଧୁମାନଙ୍କ ଉପସ୍ଥିତିରେ ଆଜି କାଳକୀ ଧାମର ଶିଳାନ୍ୟାସ କରିବାର ସୌଭାଗ୍ୟ ପାଇଛି ।  ମୁଁ ନିଶ୍ଚିତ ଯେ, କଳକୀ ଧାମ ଭାରତୀୟଙ୍କ ବିଶ୍ବାସର ଆଉ ଏକ ମହାନ କେନ୍ଦ୍ର ଭାବରେ ଉଭା ହେବ ।"  ତେବେ ଶ୍ରୀକଳକୀ ଧାମର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହ ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁ ଓ ସନ୍ଥମାନେ  ଏବଂ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଆଜି  ସକାଳ 10.30 ମିନିଟରେ ମୋଦି ସମ୍ଭଲରେ ପହଞ୍ଚିବା ପରେ ଶ୍ରୀକଳକୀ ଧାମ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ପରେ ସମ୍ଭଲଠାରେ ଆୟୋଜିତ ଏକ ଜନସଭାକୁ ଉଦବୋଧନ ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....ଉତ୍ତରପ୍ରଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ, କଳ୍କି ଧାମ ମନ୍ଦିରର କରିବେ ଶିଳାନ୍ୟାସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.