ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଯୋଗ ଦିବସ, ଯୋଗର ଆବଶ୍ୟକତା ବିଷୟରେ ଦେଲେ ବାର୍ତ୍ତା - International Yoga Day - INTERNATIONAL YOGA DAY
🎬 Watch Now: Feature Video
Published : Jun 21, 2024, 8:38 PM IST
International Yoga Day : ଭୁବନେଶ୍ବର: 'ପଙ୍ଗୁ ଲଙ୍ଘୟତେ ଗିରି' ଏହି ଉକ୍ତିକୁ ପ୍ରତିପାଦିତ କରିଛନ୍ତି ଦିବ୍ୟାଙ୍ଗ। ଦିବ୍ୟାଙ୍ଗ ହେବା ସତ୍ୱେ ବି ଯୋଗ ଦିବସରେ ଯୋଗ କରି ନିଜର ଅକ୍ଷମତାକୁ ନୁହେ ବରଂ ସକ୍ଷମତା ଦେଖାଇଛନ୍ତି । ନିଜ ଆତ୍ମବିଶ୍ୱାସକୁ ବଢାଇବାକୁ ଯେଉଁ ଏକାଗ୍ରତା ଦରକାର ସେଥିପାଇଁ ଯୋଗର ଆବଶ୍ୟକତା ରହିଛି । ଏହି କଥାକୁ ବୁଝି ଆଉ ଏହି ସୁନ୍ଦର ବାର୍ତ୍ତା ନେଇ ଏକାଠି ହୋଇ ଯୋଗ ଦିବସ ପାଳନ କରିଛନ୍ତି NCSCDA ତଥା ଭିନ୍ନକ୍ଷମ ମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ରର ଛାତ୍ରଛାତ୍ରୀ । ତେବେ ଏମାନଙ୍କ ମଧ୍ୟରେ ଅନେକ ଦୃଷ୍ଟିବାଧିତ ଓ ମାନସିକ ରୋଗରେ ପୀଡିତ ଛାତ୍ରଛାତ୍ରୀ ଯୋଗ କରିଛନ୍ତି। କିନ୍ତୁ ସମସ୍ତଙ୍କୁ ଦରକାର ଏକ ସୁସ୍ଥ ଓ ସୁନ୍ଦର ଜୀବନ ।
ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ନିଜ ସମେତ ଆଖପାଖର ନିଜ ସମାଜକୁ ସୁସ୍ଥ ରଖିବାକୁ ହେଲେ ଯୋଗ କରିବା ନିହାତି ଆବଶ୍ୟକ । ତାହା ଏହି ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ ଆଜି ଯୋଗ ମାଧ୍ୟମରେ ବାର୍ତ୍ତା ଦେଇଛନ୍ତି । ଶାରୀରିକ ସମସ୍ୟା ସତ୍ତ୍ୱେ ପ୍ରତ୍ୟେକ ଦିନ ସେମାନେ ଯୋଗ, ପ୍ରାଣୟମ ଓ ବ୍ୟାୟାମ ଆଦି କରନ୍ତି। ତେଣୁ ବିଭିନ୍ନ ପାରିପାର୍ଶ୍ବିକ ସ୍ଥିତିରେ ନିଜ ପାଇଁ ମାନସିକ ସ୍ଥିତି ଠିକ ରଖିବାର ଏକ ପରିବେଶ ସୃଷ୍ଟି ହୁଏ । ଏଥିପାଇଁ ସମସ୍ତେ ନିଜପାଇଁ ଓ ନିଜ ସମାଜ ପାଇଁ ଯୋଗ କରନ୍ତୁ ବୋଲି କହିଛନ୍ତି କାର୍ଯ୍ୟାଳୟ ପ୍ରମୁଖ । ଏହା ସହିତ ଯୋଗଗୁରୁମା ମଧ୍ୟ ପିଲାଙ୍କ ଭିତରେ ଆତ୍ମବିଶ୍ୱାସ ବଢାଇବାରେ ସାହାଯ୍ୟ କରିଛନ୍ତି । ସେମାନେ ଆଗକୁ ଯାଇ ଜଣେ ଜଣେ କିଭଳି ଯୋଗଗୁରୁ ହୋଇପାରିବେ ସେହି ବାର୍ତ୍ତା ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର