ନିଆଳିରେ ପହଲି ରଜ ପାଳିତ, ପୋଡ଼ ପିଠା, ଦୋଳି ଖେଳରେ ମଜିଲେ କୁଆଁରୀ - Raja Celebration In Niali - RAJA CELEBRATION IN NIALI

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 14, 2024, 5:29 PM IST


ନିଆଳି: ଆଜି ହେଉଛି ପହିଲି ପହିଲି ରଜ । ଗାଁ ଗଣ୍ଡାରେ ପୋଡ ପୀଠା, ସାଧା ପାନ,ପୁଚି ଖେଳ, ଝୋଟି, ଦୋଳି ଖେଳ ସାଙ୍ଗକୁ ଝିଅରୁ ବୋହୂ ସମସ୍ତେ ନୂଆ ଡ୍ରେସ ସାଙ୍ଗକୁ ଗୋଡରେ ଅଳତା ହାତରେ ମେହେଧି ସାଙ୍ଗକୁ ପାଠିରେ ପୋଡ଼ ଏବଂ ପାନ ଖାଇ ପହଲି ରଜକୁ ସ୍ବାଗତ କରିଛନ୍ତି ଗାଁ ଗଣ୍ଡାରେ ଝିଆ ଓ ବୋହୂ । ଘରେ ଘରେ କୁଆଁରୀ ଝିଅ ଓ ନୂଆ ବୋହୂମାନେ ସଜବାଜ ହେଲେଣି । ସେପଟେ ପୋଡପିଠାକୁ ରଜ ପାନର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଖାଲି ଗାଁ ନୁହେଁ ସହରରେ ମଧ୍ୟ ପ୍ରସ୍ତୁତି ଜୋରସୋରରେ ଚାଲିଛି । 

କଟକ ଜିଲ୍ଲା ଜଲ୍ଲାରପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଲତା ପଣ୍ତା ଏବଂ ସମାଜସେବୀ ରାଜେନ୍ଦ୍ର ପ୍ରସାଦ ପଣ୍ଡା ପ୍ରତି ବର୍ଷ ରଜ ମହୋତ୍ସବ ପାଳନ କରି ଆସୁଛନ୍ତି। ଏଥିପାଇଁ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଭିତ୍ତିରେ ଝିଅ ମାନଙ୍କୁ ନିୟୋଜିତ କରିବା ସହିତ ଦୋଳି, ପୋଡ ପୀଠା, ସାଧା ପାନ ପଞ୍ଚାୟତବାସୀ ବଣ୍ଟନ କରିଛନ୍ତି । ସେହିପରି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବ୍ରାହ୍ମଣ ବାଟି ପଞ୍ଚାୟତ ସରପଞ୍ଚ ସଞ୍ଜୟ କୁମାର ରାଉତରାୟ ମଧ୍ୟ ରଜ ପାଇଁ ସାଇଲୋ ବଡବିଲ ହାଇସ୍କୁଲ ପରିସରରେ ଆଞ୍ଚଳିକ ରଜ ଉତ୍ସବ ମହାସମାରୋହରେ ପାଳିତ କରିଛନ୍ତି। 



ସାଧାରଣତଃ ବିଭିନ୍ନ ସ୍ଥାନରେ ରଜ ୫ ଦିନ ଧରି ପାଳନ କରାଯାଏ । ରଜ ସଜବାଜ, ପହିଲି ଲଜ, ରଜ ସଂକ୍ରାନ୍ତି , ଭୂମି ଦହନ ଓ ବସୁମତୀ ସ୍ନାନ । ରଜ ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି । ଆମେ ଆଧୁନିକ ଯୁଗରେ ବଞ୍ଚୁଥିବାବେଳେ ଏବେ ବି ଏହି ଓଡିଆ ପରମ୍ପରା ବଞ୍ଚି ରହିଛି । ରଜ ଆସିଲେ ସମସ୍ତଙ୍କ ମନରେ ଏକ ଅପୂର୍ବ ଆନନ୍ଦ ଖେଳିଯାଉଛି । ସମସ୍ତେ ଏକାଠି ହେବା, ବିଭିନ୍ନ ପ୍ରକାରର ଖେଳ, ମଜାମସ୍ତି, ବୁଲାବୁଲି ଆଦି କରୁଛନ୍ତି । 


ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.