ଭାରତୀୟ ଅଲିମ୍ପିକ୍ସ ଖେଳାଳିଙ୍କ ମନୋବଳ ଦୃଢ କଲେ ନିତା, ସୁଟର ମନୁ-ସରବଜୋତଙ୍କୁ କଲେ ସମ୍ବର୍ଦ୍ଧିତ - paris olympic 2024

By ETV Bharat Sports Team

Published : Jul 31, 2024, 9:24 PM IST

thumbnail
paris olympic 2024 (ETV Bharat Sports desk)

PARIS OLYMPIC 2024: ପ୍ୟାରିସ: ଭାରତୀୟ ଅଲିମ୍ପିକ୍ ପ୍ରତିଯୋଗୀମାନଙ୍କ ଆତ୍ମବିଶ୍ବାସକୁ ଶକ୍ତି ଯୋଗାଇଛନ୍ତି ନିତା ଅମ୍ବାନୀ । ଗତକାଲି ଭାରତ ପାଇଁ ଏକ ଅବିସ୍ମରଣୀର ମୂହୁର୍ତ୍ତ ଥିଲା । ସୁଟିଂରେ ମନୁ ଭାକର ଏବଂ ସରବଜୋତ ଦେଶ ପାଇଁ ଦ୍ବିତୀୟ ମେଡାଲ ଆଣିଥିଲେ । ଏହାପରେ ସାରା ଦେଶରେ ତାଙ୍କ ପ୍ରତି ଶୁଭେଚ୍ଛାର ସୁଅ ଛୁଟିଥିଲା । ତେବେ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଏବଂ ଆତ୍ମବିଶ୍ବାସକୁ ବଢାଇବା ପାଇଁ ବିଶିଷ୍ଟ ଶିଳ୍ପପତି ନିତା ଅମ୍ବାନୀ ସେମାନଙ୍କୁ ସମ୍ବର୍ଦ୍ଧନା କରିଛନ୍ତି । ଏହି ଅବସରରେ ପ୍ୟାରିସର ଇଣ୍ଟିଆ ହାଉସ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବାଜା ବଜାଇ ଖେଳାଳିମାନଙ୍କୁ ସ୍ବାଗତ କରିବା ସହ  ସୁଟର ମନୁ ଭାକରେ ଏବଂ ସରବଜୋତଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧନା କରିଥିଲେ  ନିତା ଅମ୍ବାନୀ । ଏହି ସମୟରେ ଭାରତ ମାତା କି ଜୟ ନାରାରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇଥିଲା । 

ଏହା ମଧ୍ୟ ପଢନ୍ତୁ ....ମେଡାଲ ଆଣିବେ ଦୀପିକା କୁମାରୀ ! 1/8 ଏଲିମିନେସନ୍ ରାଉଣ୍ଡରେ ମାରିଲେ ଏଣ୍ଟ୍ରି - Paris Olympics 2024

ଏହା ମଧ୍ୟ ପଢନ୍ତୁ ...ବକ୍ସିଂରେ ଭାରତର ଏକତରଫା ବିଜୟ; କ୍ବାର୍ଟର ଫାଇନାଲ୍‌ରେ ଲୋଭଲିନା - Paris Olympics 2024 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ      

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.