ଅଲିମ୍ପିକ୍ସ ବିଜେତା ମନୁ ଓ ସରବଜୋତଙ୍କୁ ବାଲୁକାକଳାରେ ଶୁଭେଛା - Paris Olympics 2024

By ETV Bharat Sports Team

Published : Jul 31, 2024, 9:46 AM IST

Updated : Jul 31, 2024, 10:28 AM IST

thumbnail
ଅଲିମ୍ପିକ୍ସ ମେଡାଲ ବିଜେତା ମନୁ ଭାକର ଓ ସରବଜୋତ ସିଂଙ୍କୁ ବାଲୁକା କଳାରେ ଶୁଭେଛା (ETV Bharat Odisha)

ପୁରୀ: ପ୍ୟାରିସ ଅଲିମ୍ପିକ୍ସ-2024ରେ ଭାରତ ଦ୍ବିତୀୟ ପଦକ ଜିତିଛି । 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଛନ୍ତି । ଏହି ମ୍ୟାଚ୍‌ରେ ଉଭୟ ଭାରତୀୟ ଆଥଲେଟ ମନୁ ଓ ସରବଜୋତ ଚମତ୍କାର ପ୍ରଦର୍ଶନ କରିଥିଲେ । ଭାରତୀୟ ଯୋଡି ଫାଇନାଲରେ କୋରିଆ ଯୋଡ଼ିକୁ 16-10 ବ୍ୟବଧାନରେ ପରାସ୍ତ କରିଛ ନ୍ତି । ତେବେ ଏହି ଅବସରରେ ଦେଶବ୍ୟାପୀ ଖୁସିର ଲହରୀ ଖେଳିଯାଇଛି । ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକାକଳାରେ ଉଭୟଙ୍କୁ ଶୁଭେଛା ଦେଇଛନ୍ତି । ଏଥିରେ ଉଭୟ ମନୁ ଓ ସରବଜୋତଙ୍କ ପ୍ରତିକୃତି ସହ ଅଲିମ୍ପିକ୍ସ ମେଡାଲ ଓ ଲୋଗୋ ସ୍ଥାନ ପାଇଛି । ଏହି ବିଶାଳ ବାଲୁକାକଳାକୁ ଦେଖିବା ପାଇଁ ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ବେଶ୍ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା ।

ଇଟିଭି ଭାରତ, ପୁରୀ

Last Updated : Jul 31, 2024, 10:28 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.