ବାଳକାଟିରେ ଜମିଲା ପଞ୍ଚୁଦୋଳ ମେଳନ, ଶେଷ ଦିନରେ ଲକ୍ଷାଧିକ ଭକ୍ତଙ୍କ ସମାଗମ - Panchudola Melana - PANCHUDOLA MELANA

🎬 Watch Now: Feature Video

thumbnail

By ETV Bharat Odisha Team

Published : Apr 2, 2024, 8:40 AM IST

Updated : Apr 2, 2024, 8:49 AM IST

Panchudola Melana:  ନିଆଳି:  ଧୁମଧାମରେ ପାଳନ ହେଲା ପଞ୍ଚୁଦୋଳ ମେଳଣ । ଦୋଳଯାତ୍ରାର ବଡ଼ ପର୍ବ ପଞ୍ଚୁଦୋଳ ମେଳଣ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି । ଏହାରି ମଧ୍ୟରେ ଜିଲ୍ଲାର ବାଲିଅନ୍ତା ବ୍ଲକ ବାଳକାଟି ଅଞ୍ଚଳର ପ୍ରସିଦ୍ଧ ପଞ୍ଚୁଦୋଳ ମେଳନ ହରିହର ଭେଟ ଏବଂ ଫଗୁ ଖେଳ ସହିତ ଶେଷ ହୋଇଛି । ଏନେଇ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଗତ ଶନିବାର ଠାରୁ ବାଳକାଟିର ପ୍ରସିଦ୍ଧ ପଞ୍ଚୁଦୋଳ ମେଳନ ତଥା ଶ୍ରୀଶ୍ରୀ ବାବା ସ୍ବପ୍ନେଶ୍ବର ଦେବ, ବାଲୁଙ୍କେଶ୍ୱର ଦେବ ଦୋଳଗୋବିନ୍ଦ ଦେବଙ୍କ ପଞ୍ଚୁଦୋଳ ମେଳନ ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର ଦେବ ଥାନପତି ଦେବ ବାଳକାଟି ମେଳନ ପଡିଆକୁ ପ୍ରବେଶ ପରେ ଗୋଟିଏ ପରେ ଗୋଟିଏ ମୋଟ ୫୩ଟି ଦୋଳ ବିମାନ ପଡ଼ିଆରେ ପ୍ରବେଶ କରିଥିଲେ । ସେଠାରେ ଦୋଳ ବିମାନଗୁଡିକୁ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଭକ୍ତମାନେ ଦର୍ଶନ କରିଥିଲେ । ସେହିପରି ଗତକାଲି ୫୩ଟି ଦୋଳ ବିମାନରେ ଶୋଭା ପାଉଥିବା ପ୍ରଭୁ ଏବଂ ଦେବୀମାନଙ୍କ ମିଳନ ତଥା ହରିହର ଭେଟ ହୋଇଥିଲା ‌। ତେବେ ବାଳକାଟି ପଞ୍ଚୁଦୋଳ ମେଳନ ତିନି ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ମେଲଣରେ ବିଭିନ୍ନ ଦୋକାନ ବଜାର ସାଙ୍ଗକୁ ଖାଦ୍ୟ ଏବଂ ଘରକରଣା ସାମଗ୍ରୀ ଉପଲବ୍ଧ ହୋଇଥାଏ । ଶ୍ରଦ୍ଧାଳୁମାନେ ଗୋଟିଏ ସ୍ଥାନରେ ଦୋଳ ବିମାନ ଦର୍ଶନ କରିବା ସହିତ ଘରକରଣା ସାମଗ୍ରୀ କ୍ରୟ କରିଥାନ୍ତି । ଏହି ମେଲଣରେ ବିଭିନ୍ନ ସମ୍ପ୍ରଦାୟର ଲୋକ ଏବଂ ଶ୍ରଦ୍ଧାଳୁ ନିଜକୁ ସାମିଲ କରିଥାନ୍ତି । 

ଏହା ମଧ୍ୟ ପଢନ୍ତୁ-ବ୍ରହ୍ମଗିରି ପଞ୍ଚୁଦୋଳ ମେଳଣରେ ପଞ୍ଚୁ ପାଣ୍ଡବ ଭେଟ, ଛୁଟୁଛି ଭକ୍ତଙ୍କ ସୁଅ

ଇଟିଭି ଭାରତ, ନିଆଳି

Last Updated : Apr 2, 2024, 8:49 AM IST

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.