'ପଖାଳ ଦିବସ'ରେ ମହକିଲା ବାଲେଶ୍ବର, ଓଡ଼ିଆଙ୍କ ବଢିଆ ଖାଦ୍ୟକୁ ମିଳିମିଶି ଖାଇଲେ ଲୋକେ - Pakhala Divas Celebration
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Mar 20, 2024, 5:10 PM IST
Pakhala Divas: ବାଲେଶ୍ବର: ଓଡ଼ିଆଙ୍କ ସବୁଠୁ ପ୍ରିୟ ଖାଦ୍ୟ ପଖାଳ। ମାର୍ଚ୍ଚ 20 ତାରିଖ ଅର୍ଥାତ ଆଜିର ଦିନକୁ 'ପଖାଳ ଦିବସ' ଭାବେ ପାଳନ କରାଯାଏ। ଏହି ଦିନକୁ ଚାରିଆଡ଼େ ଓଡି଼ଆମାନେ ସେମାନଙ୍କ ସାଙ୍ଗସାଥୀ, ବନ୍ଧୁ ବର୍ଗମାନଙ୍କ ସହ ପାଳନ କରୁଛନ୍ତି । ପ୍ରତିଟି ଓଡ଼ିଆ ଘରୁ ବାସି ଆସୁଛି ପଖାଳର ମହମହ ବାସ୍ନା। ଏହି ଅବସରରେ ସମାଜସେବୀ ଧୀରେନ ନାୟକଙ୍କ ଆହ୍ୱାନକ୍ରମେ ବାଲେଶ୍ଵରର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଲୋକେ ହୋଟେଲ କକ୍ଷରେ ଏକତ୍ରିତ ହୋଇଥିଲେ । ଏହି ଦିବସକୁ ବିଶ୍ବ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ନିଆରା ଢଙ୍ଗରେ ପାଳନ କରାଯାଉଛି। ତେବେ କଂସା ପାତ୍ରରେ ପଖାଳ ବଢା ହୋଇ ସମସ୍ତଙ୍କୁ ପରସା ଯାଇଥଲା। ପଖାଳ ସାଙ୍ଗକୁ, ଆଳୁ ଭର୍ତ୍ତା, ବଡ଼ି ଚୁରା, ଶାଗ, ମାଛ ଭଜା, ପତୁଆ ଏମିତି ଅନେକ ଆଇଟମ ପଖାଳର ସ୍ୱାଦକୁ ଦ୍ବିଗୁଣିତ କରିଥିଲା ।
ଏହା ମଧ୍ୟ ପଢନ୍ତୁ...ସୁରଙ୍କ ପଖାଳ ସମ୍ଭାର; 'ଶକ୍ତି ମିଳେ, ମନ ପ୍ରଫୁଲ ରହେ'
ପଖାଳ ଖାଇବା ପାଇଁ ସମସ୍ତଙ୍କୁ ଆମନ୍ତ୍ରଣ କରାଯାଇଥିବାବେଳେ ବେଶ ଆନନ୍ଦର ସହ ପୁରୁଷଙ୍କଠାରୁ ମହିଳାମାନେ ପଖାଳର ମଜା ଉଠାଇଥିଲେ। ପ୍ରତିଦିନଘରେ ପଖାଳ ପ୍ରସ୍ତୁତ ହେଉଥିଲେ ବି ଆଜିର ଦିନରେ ସମସ୍ତେ ଏକତ୍ରିତ ହୋଇ ପଖାଳ ଖାଇବାର ମଜା ନିଆରା ବୋଲି ମତ ପ୍ରକାଶ ପାଇଛି। ସେହିପରି ପଖାଳ ଓଡ଼ିଆ ମାନଙ୍କ ଗର୍ବ ବୋଲି ମହିଳାମାନେ କହିଛନ୍ତି । ତେବେ ପଖାଳ ଦିବସରେଏକାଠି ହୋଇ ପଖାଳର ମଜା ଉଠାଇଛନ୍ତି ବାଲେଶ୍ଵରବାସୀ।
ଇଟିଭି ଭାରତ, ବାଲେଶ୍ବର