ପଦ୍ମ ବିଜେତାଙ୍କୁ ମାସିକ 25 ହଜାର, ସରକାରଙ୍କୁ ଧନ୍ୟବାଦ ଜଣାଇଲେ ପଦ୍ମଶ୍ରୀ ପଟ୍ଟାୟତ ସାହୁ - Padmashree Awardee Reaction
🎬 Watch Now: Feature Video
Published : Mar 13, 2024, 4:10 PM IST
Padmashree Awardee Reaction: ଭବାନୀପାଟଣା:ପଦ୍ମ ସମ୍ମାନରେ ସମ୍ମାନିତ ହୋଇଥିବା ଓଡ଼ିଆ ବ୍ୟକ୍ତି ବିଶେଷଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସମ୍ମାନିତ ବ୍ୟକ୍ତି ବିଶେଷଙ୍କୁ ମାସିକ 25 ହଜାର ଟଙ୍କା ମିଳିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯାହାକୁ ନେଇ ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଓଡ଼ିଶାର କୃତି ସନ୍ତାନମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ଅର୍ଥରାଶି ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଏପ୍ରିଲ ମାସଠାରୁ ଏହି ଅର୍ଥରାଶି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ପଦ୍ମଶ୍ରୀ ବିଜେତାମାନଙ୍କ ମଧ୍ୟରେ ଉତ୍ସାହ ଖେଳିଯାଇଛି। ଏହି ପରିପ୍ରେକ୍ଷୀରେରେ କଳାହାଣ୍ଡି ଜିଲ୍ଲାର ପ୍ରଥମ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ପଟ୍ଟାୟତ ସାହୁ ପ୍ରତ୍ରିକ୍ରିୟା ରଖିଛନ୍ତି।
ଏହା ମଧ୍ୟ ପଢନ୍ତୁ...ପଦ୍ମ ବିଜେତାଙ୍କୁ ମାସିକ 25 ହଜାର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅର୍ଥରାଶି ବେଶ ସହାୟକ ହେବ ବୋଲି ପ୍ରକାଶ କରିଛନ୍ତି। ପଦ୍ମଶ୍ରୀ ପଟ୍ଟାୟତ ସାହୁ କୃଷି ଓ ଔଷଧୀୟ ବୃକ୍ଷ ରୋପଣ କରି ଚର୍ଚ୍ଚାର ପରିସରକୁ ଆସିଥିଲେ। ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ମନ କୀ ବାତ୍ କାର୍ଯ୍ୟକ୍ରମରେ ପଟ୍ଟାୟତ ସାହୁଙ୍କ ପ୍ରଶଂସା କରିବା ସହ ପରବର୍ତ୍ତୀ ମୁହୂର୍ତ୍ତରେ ରାଷ୍ଟ୍ରପତିଙ୍କ ଦ୍ଵାରା ସେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।
ଇଟିଭି ଭାରତ, କଳାହାଣ୍ଡି