thumbnail

ହାଣ୍ଡିଶାଳକୁ ସିଧାସଳଖ ମହଙ୍ଗା ମାଡ଼, ବଢୁଛି ପିଆଜ ଦର - onion price hike

By ETV Bharat Odisha Team

Published : Jun 13, 2024, 2:02 PM IST

କଟକ: ଡାଲି, ଚାଉଳ ଓ କଞ୍ଚା ପରିବା ଦର ବୃଦ୍ଧି ପରେ ଏବେ ପିଆଜ ଦର ବୃଦ୍ଧିକୁ ନେଇ ଚିନ୍ତାରେ ଖାଉଟି । ଯେଉଁ ପିଆଜ ଦର ଗତ ଦୁଇଦିନ ତଳେ ସ୍ୱାଭାବିକ ଥିଲା, ଆଜି ହଠାତ ବୃଦ୍ଧି ପାଇଛି ।ଏପରିକି ଅମଳ ସମୟରେ କିଲୋପ୍ରତି ୪୦ଟଙ୍କାରେ ବିକ୍ରୟ ହେଉଛି । ପୂର୍ବରୁ ପିଆଜ କିଲୋପ୍ରତି ୨୦ ଟଙ୍କାରୁ ୨୫ ଟଙ୍କାରେ ବିକ୍ରୟ ହେଉଥିଲା । ମାତ୍ର ଏବେ ଏହାର ଦର କିଲୋପ୍ରତି ୧୫ରୁ ୨୦ ଟଙ୍କାରେ ବିକ୍ରୟ ହେଉଛି । କଞ୍ଚା ପରିବା ଦର ବୃଦ୍ଧି ପରେ ଜଣେ ସାଧାରଣ ଲୋକଟିଏ ପିଆଜରେ ଚଳିବାକୁ ଚିନ୍ତା କରୁଥିବ ନିଶ୍ଚୟ । କାରଣ କଥାରେ ଅଛି କିଛି ନହେଲେ ଭାତ ସହ ଜଣେ ପିଆଜ ଲଗାଇ ଖାଇଦେବ । ମାତ୍ର ପିଆଜ ଦର ବୃଦ୍ଧି ସତେ ଯେମିତି ଜଣେ ସାଧାରଣ ଲୋକଟି ପାଇଁ କଷ୍ଟସାଧ୍ୟ ହୋଇପଡିଛି ।

କଟକ ଛତ୍ରବଜାର ପରିବା ବ୍ୟବସାୟୀ ସଂଘର ସମ୍ପାଦକଙ୍କ କହିବା ଅନୁଯାୟୀ ଯେ, ପୂର୍ବରୁ ପିଆଜ ଦର ହୋଲସେଲରେ ୨୦ରୁ ୨୫ ଟଙ୍କାରେ ବିକ୍ରୟ ହେଉଥିଲା । ବଜାରକୁ ଆବଶ୍ୟକ ଅନୁସାରେ ପିଆଜ ଗାଡି ଆସୁଥିଲା । ନାସିକରୁ ପିଆଜ ଆସିଥାଏ । ଏବେ ମଧ୍ୟ ନାସିକରୁ ପିଆଜ ଆସୁଛି । ମାତ୍ର ପିଆଜ ଏବେ ବାହାରକୁ ରପ୍ତାନୀ କରାଯାଉଛି । ଯେଉଁ କାରଣରୁ ନାସିକରେ ପିଆଜ ଦର ଉଚ୍ଚା ରହୁଛି । ସେହି ଦୃଷ୍ଟି କୋଣରୁ ଓଡ଼ିଶାରେ ପିଆଜ ଦର ବୃଦ୍ଧି ପାଇଛି । ଜୁଲାଇ-ଅଗଷ୍ଟ ପର୍ଯ୍ୟନ୍ତ ଏହିଭଳି ସମସ୍ୟା ଦେଖା ଯାଇପାରେ । ସେଠାରେ ଯଦି ପିଆଜ ଦର କମିବ ତେବେ ଓଡ଼ିଶାରେ କମିବ । ନଚେତ ପିଆଜ ଦର ଏଥର ଉଚ୍ଚା ରହିପାରେ ବୋଲି ପୂର୍ବାନୁମାନ କରାଯାଉଛି ।  

ଏହା ମଧ୍ୟ ପଢନ୍ତୁ ......ହୁ ହୁ ହୋଇ ବଢ଼ୁଛି ପରିବା ଦର, ଚିନ୍ତାରେ ସାଧାରଣ ଖାଉଟି - Vegetable Price Rise

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପିଆଜ ପାଇଁ ଆମେ ଏବେ ନାସିକ ଉପରେ ନିର୍ଭର କରୁଛୁ । ଅନ୍ୟ ମାର୍କେଟରୁ ପିଆଜ ଆସିବା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡିବ । ସେହିପରି ନାସିକରୁ ଯଦି ରପ୍ତାନୀ ବନ୍ଦ ହେବ । ତେବେ ସେଠାରେ ଦର କମିଲେ ଓଡ଼ିଶାରେ ପିଆଜ ଦର ନିୟନ୍ତ୍ରଣ ହେବ । ତେବେ ଓଡ଼ିଶାକୁ ଏବେ ଆବଶ୍ୟକତା ଅନୁଯାୟୀ ପିଆଜ ଗାଡି ଆସୁଛି ।


ଇଟିଭି ଭାରତ, କଟକ 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.