ବିଜେଡି ବିଜେପିର ଅସଲମୁଖା ଲୋକଙ୍କ ଆଗରେ ରଖାଯିବ: ସଦର କଂଗ୍ରେସ ବିଧାୟିକା ପ୍ରାର୍ଥୀ - congress candidate monalisa samal

By ETV Bharat Odisha Team

Published : May 3, 2024, 9:07 PM IST

thumbnail
ONE TO ONE (etv bharat odisha)

ବାଲେଶ୍ୱର: ସଦର ବିଧାୟିକା ପ୍ରାର୍ଥୀ ଭାବେ ମୋନାଲିସା ସାମଲଙ୍କ ନାମ ଘୋଷଣା କରିଛି କଂଗ୍ରେସ । ମୋନାଲିସା ଏକ ଘରୋଇ ଇଂଜିନିୟରିଂ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟରତ ଥିଲେ । ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିବା ପରେ ଏବେ ମୋନାଲିସା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ତାଙ୍କ ଶ୍ୱଶୁର ପଦ୍ମଲୋଚନ ଲେଙ୍କା 6 ଥର କାଉନସିଲର ଥିବା ବେଳେ ସ୍ୱାମୀ ସରୋଜ ଲେଙ୍କା ଜଣେ ସମାଜସେବୀ ଭାବେ ପରିଚିତ । ଏକ ରାଜନୈତିକ ପରିବାରର ସଦସ୍ୟ ହୋଇଥିବା ବେଳେ ମୋନାଲିସା ପ୍ରତ୍ୟକ୍ଷ ଭାବରେ ରାଜନୀତି ସହ ଜଡ଼ିତ ନଥିଲେ । ଦଳୀୟ ଟିକଟ ପାଇବା ପରେ ମୋନାଲିସା ନିଜର ସମର୍ଥକମାନଙ୍କୁ ନେଇ ପ୍ରଚାର କରିବାରେ ଲାଗି ପଡିଛନ୍ତି । 

ଏହା ମଧ୍ୟ ପଢନ୍ତୁ: ବାଲେଶ୍ବରରେ ବିଜେଡିର ପ୍ରଚାର; ଘର ଘର ବୁଲି ଯୋଡି ଶଙ୍ଖରେ ଭୋଟ ଦେବାକୁ ପ୍ରାର୍ଥୀଙ୍କ ଅପିଲ୍ - BJD election campaign

2020ରେ ବାଲେଶ୍ୱରରେ ଉପ ନିର୍ବାଚନ ହୋଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ୱରୂପ ଦାସ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ମାନସ ଦତ୍ତଙ୍କୁ ପରାସ୍ତ କରି ବିଜୟ ମୁକୁଟ ପିନ୍ଧିଥିଲେ । ଚଳିତ ସାଧାରଣ ନିର୍ବାଚନରେ ମଧ୍ୟ ଦୁଇଦଳ ସମାନ ପ୍ରାର୍ଥୀ ଦେଇଥିବା ବେଳେ ମୋନାଲିସା ସମ୍ପୂର୍ଣ୍ଣ ନୂଆ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏନେଇ ସେ କହିଛନ୍ତି, ଦୁଇ ଦଳର ପ୍ରାର୍ଥୀ ମଧ୍ୟ ନୂଆ, ଏଠି ନୂଆ ପୁରୁଣା କିଛି ନାହିଁ । ନିଜେ କେମିତି ଭୋଟରମାନଙ୍କ ପାଖରେ ଆଦୃତ ହୋଇ ପାରିବେ ସେନେଇ ଚେଷ୍ଟା କରିବେ । ଅନ୍ୟପଟେ ବିଜେଡି ବିଜେପି ଦୁଇ ଦଳ ଅଲଗା ନୁହଁନ୍ତି ବୋଲି କହିବା ସହ ସାଧାରଣ ଲୋକଙ୍କ ପାଖରେ ଦୁଇଦଳର ଅସଲ ମୁଖା ଖୋଲିବେ । ବାଲେଶ୍ଵରର ବିକାଶ ଯାହା ହୋଇଥିଲା କଂଗ୍ରେସ ସମୟରେ ହୋଇଥିବା ବେଳେ ଅଧା ଅଧୁରା କାର୍ଯ୍ୟ ମଧ୍ୟ ଦୁଇ ଦଳର ନେତା ବିଜୟୀ ହୋଇ ସମ୍ପୂର୍ଣ୍ଣ କରି ପାରି ନାହାନ୍ତି । ଏସବୁ ବିଷୟରେ ଲୋକଙ୍କ ପାଖରେ ପହଞ୍ଚାଇ ଉଚିତ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ କହିବେ ବୋଲି ମୋନାଲିସା ପ୍ରକାଶ କରିଛନ୍ତି । ତେବେ ସେ କାହିଁକି ଓ କେମିତି ରାଜନୀତି ମଇଦାନରେ ନିଜର ପତିଆରା ଜାହିର କରିବେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ସେ

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.