ଢେଙ୍କାନାଳ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ସବ୍ୟସାଚୀ ଓ ଅର୍ଚ୍ଚିତା - BJD CAMPAIGN IN DHENKANAL

By ETV Bharat Odisha Team

Published : May 20, 2024, 10:56 PM IST

thumbnail
BJD CAMPAIGN IN ANGUL (ETV Bharat Odisha)

BJD CAMPAIGN IN ANGUL : ଅନୁଗୋଳ: ଢେଙ୍କାନାଳ ଲୋକସଭା ପାଇଁ ଆସନ୍ତା ୨୫ ତାରିଖରେ ହେବାକୁ ଯାଉଛି ନିର୍ବାଚନ । ସେଥିପାଇଁ ବିଭିନ୍ନ ଦଳର ପ୍ରାର୍ଥୀମାନେ ଲୋକଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି । ଏହି କ୍ରମରେ ଆଜି ଢେଙ୍କାନାଳ ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କ ପ୍ରଚାରରେ ସାମିଲ ହୋଇଛନ୍ତି ଚଳଚ୍ଚିତ୍ର ତାରକା ।  ଆଜି ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅଭିନାଶ ସାମଲ ଓ ଅନୁଗୋଳ ବିଧାନସଭା ପ୍ରାର୍ଥୀ ସଂଯୁକ୍ତା ସିଂହଙ୍କ ସହ ଏକ ରୋଡ଼ ସୋ ରେ ସାମିଲ ହୋଇ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ପ୍ରାୟ 50 କିଲୋମିଟର ଏକ ରୋଡ଼ ସୋ ରେ ସାମିଲ ହୋଇଥିଲେ ।  

ଏହା ମଧ୍ୟ ପଢନ୍ତୁ ... ରାଉରକେଲାରେ ବୁଥରେ ଚାପା ଉତ୍ତେଜନା, ବିଜେଡି-ବିଜେପି କର୍ମୀ ମୁହାଁମୁହିଁ - Poll Violence In Rourkela

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ନିର୍ବାଚନ ମଣ୍ଡଳୀର କମଳାଙ୍ଗରୁ ଏହି ଶୋଭାଯାତ୍ରା ବାହାରି ଅନୁଗୋଳ ନିର୍ବାଚନ ମଣ୍ଡଳୀର ବଅଁରପାଳ ଠାରେ ଶେଷ ହୋଇଥିଲା । ଢେଙ୍କାନାଳ ସାଂସଦ ପ୍ରାର୍ଥୀ ଅଭିନାଶ ସାମଲ ଓ ଅନୁଗୋଳ ବିଧାନସଭା ପ୍ରାର୍ଥୀ ସଂଯୁକ୍ତା ସିଂହ ଓ ହିନ୍ଦୋଳ ବିଧାୟକ ପ୍ରାର୍ଥୀ ମହେଶ ସାହୁ ଏହି ଶୋଭାଯାତ୍ରାରେ ସାମିଲ ଥିବା ବେଳେ ଦୁଇଟି ପୃଥକ ପୃଥକ ଗାଡିରେ ଅଭିନେତ୍ରୀ ଅର୍ଚ୍ଚିତା ଓ ଅଭିନେତା ସବ୍ୟସାଚୀ ରୋଡ଼ ସୋ ରେ ସାମିଲ ହୋଇ ବିଜେଡି ପାଇଁ ଭୋଟ୍ ମାଗିଥିଲେ । ଏହି ରୋଡ଼ ସୋ ରେ ସାମିଲ ଥିଲେ ବହୁ ସଂଖ୍ୟାରେ ମଟର ସାଇକେଲ ସାମିଲ ହୋଇଥିଲା । ସବ୍ୟର୍ଚ୍ଚିତାଙ୍କ ଯୋଡିକୁ ଦେଖିବା ପାଇଁ ବିଭିନ୍ନ ଗାଁ ଗୁଡିକରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ସବୁଠି ଯୋଡି ଶଙ୍ଖ ରେ ଭୋଟ୍ ଦେବାକୁ ଜନତାଙ୍କୁ ନିବେଦନ କରିଥିଲେ ଅର୍ଚ୍ଚିତା ଓ ସବ୍ୟସାଚୀ ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.