thumbnail

By ETV Bharat Odisha Team

Published : Jan 22, 2024, 5:35 PM IST

ETV Bharat / Videos

ରାମଲାଲା ପ୍ରାଣ ପ୍ରତିଷ୍ଠା ଉତ୍ସବ; ବିଜେପି କାର୍ଯ୍ୟାଳୟରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ

ଭୁବନେଶ୍ବର: ଉତ୍ତର ପ୍ରଦେଶରେ ଅଯୋଧ୍ୟାରେ ଭଗବାନ ଶ୍ରୀରାମଙ୍କ ବିଗ୍ରହର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମ୍ପୂର୍ଣ୍ଣ ରୀତିନୀତିରେ ସହ ସମ୍ପନ୍ନ ହୋଇଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠାନର ମୁଖ୍ୟ ଯଜମାନ ଥିଲେ ।  ଏହାକୁ ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟ ପରିସରରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବିଜେପି ନେତାମାନଙ୍କ ସହିତ ବହୁ ରାମ ଭକ୍ତ ମାନେ ଯୋଗଦାନ କରିଥିଲେ  ।  

ବିଜେପି ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କହିଛନ୍ତି, ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା କରାଯାଇଛି । ସାରା ଦେଶ ଆଜି ଉତ୍ସବ ପାଳନ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି । ଆଜି ସକାଳ ସାଢେ ୫ଟାରୁ ମନ୍ଦିର ଖୋଲାଯାଇଥିବା ବେଳେ ୮ ଟାରୁ ବିଭିନ୍ନ ପୂଜାପାଠ, ରୀତିନୀତି ଆରମ୍ଭ ହୋଇଥିଲା । ଏହା ସହ ସକାଳ ୧୦ଟାରୁ ମଙ୍ଗଳଧ୍ବନୀ କରାଯାଇଛି । ଦୁଇ ଘଣ୍ଟା ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ୫୦ରୁ ଅଧିକ ମନୋରମ ବାଦ୍ୟଯନ୍ତ୍ରରେ କମ୍ପି ଥିଲା ମନ୍ଦିର ପରିସର ।

ଏହା ମଧ୍ୟ ପଢନ୍ତୁ ... ଟିଭିରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦେଖିଲେ ନବୀନ, ଟ୍ବିଟ କରି କହିଲେ ମୁଁ ଆନନ୍ଦିତ

ଭୁବନେଶ୍ଵରରେ ବିଜେପି ପକ୍ଷରୁ ବହୁ ସ୍ଥାନରେ କାର୍ଯ୍ୟକ୍ରମମାନ କରାଯାଇଥିଲା । ସେହିପରି ଅଯୋଧ୍ୟା ପରିସରରେ ଓଡ଼ିଶାର ମର୍ଦ୍ଦଳ ସମେତ ଦେଶର ବିଭିନ୍ନ ରାଜ୍ୟରୁ ଆସିଥିବା ପ୍ରାୟ ୫୦ ପ୍ରକାର ପାରଂପରିକ ବାଦ୍ୟ ଧ୍ବନୀରେ ଗୁଞ୍ଜରିତ ହୋଇଛି ଅଯୋଧ୍ୟାନଗରୀ । ପ୍ରାଣ ପ୍ରତିଷ୍ଠା ସମାରୋହରେ ବିଭିନ୍ନ ପରମ୍ପରାର ପ୍ରତିନିଧି ଓ ସାଧୁସନ୍ଥ ଯୋଗ ଦେଇଥିଲେ। ଏହା ସହ ଭାରତ ଇତିହାସରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରର ଆଦିବାସୀ ଜନଜାତି ।

ଇଟିଭି ଭାରତ, ଭୁବନେଶ୍ବର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.