thumbnail

By ETV Bharat Odisha Team

Published : Mar 24, 2024, 9:06 PM IST

ETV Bharat / Videos

28ରୁ ଓଡିଶା ମ୍ୟୁଜିକ ପ୍ରିମିୟର ଲିଗ୍‌, କ୍ରିକେଟ ମୈଦାନରେ ନଜର ଆସିବେ ତାରକା ଗାୟକ - Odisha Music Primer League

Odisha Music Primer League 2024: କଟକ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁ ଯାଉଛି ଓଡ଼ିଶା ମ୍ୟୁଜିକ ପ୍ରିମିୟର ଲିଗ୍ ସିଜିନ୍-୯ । ସାରା ଓଡ଼ିଶାର ସଂଗୀତ କଳାକାର ମାନଙ୍କୁ ନେଇ ଆସନ୍ତା ୨୮ ତାରିଖରୁ ଚାରିଦିନ ଧରି ଅନୁଷ୍ଠିତ ହେବ ଏହି ଜିଲ୍ଲାସ୍ତରୀୟ ଦିବାରାତ୍ରି କ୍ରିକେଟ ଟୁର୍ଣ୍ଣାମେଣ୍ଟ । ସମସ୍ତ କଳାକାର ଏହାଦ୍ବାରା ଏକାଠି ହେବାର ଏକ ସୁବର୍ଣ୍ଣ ସୁଯୋଗ ସହ ଭାବର ଆଦାନ ପ୍ରଦାନ ପାଇଁ ଉର୍ତ୍କୃଷ୍ଟ ସମୟ ବୋଲି ଆଜି ସାମ୍ମାଦିକ ସମ୍ମିଳନୀରେ କହିଛନ୍ତି ଆୟୋଜକ ।

ଏହା ମଧ୍ୟ ପଢ଼ନ୍ତୁ.... କଟକ ବୈଶାଖୀ ମେଳା, ଡିମାଣ୍ଡରେ ଆଫଗାନିସ୍ତାନୀ ଡ୍ରାଏଫ୍ରୁଟ୍ ଓ ଦୁବାଇ ଚକୋଲେଟ - Cuttack Baisakhi Mela

ଏହାଦ୍ବାରା ଭାଇଚାରା ବଢିବା ସହ ସମସ୍ତ କଳାକାର ମାନଙ୍କ ଭିତରେ ଏକ ଭଲ ସମ୍ପର୍କ ସ୍ଥାପିତ ହୋଇଥାଏ । ତେବେ ଗତ ବର୍ଷ ୨୪ଟି ଦଳ ଖେଳୁଥିବା ବେଳେ ଏ ବର୍ଷ ୨୦ଟି ଟିମ ଅଂଶ ଗ୍ରହଣ କରିବେ । ତେବେ ଆଠଟି ଦଳକୁ ନେଇ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିବା ବେଳେ ଏହାର କ୍ରମାଗତ ବୃଦ୍ଧିକୁ ଦେଖି ଏହା ଇଣ୍ଡଷ୍ଟ୍ରି ପାଇଁ ଶୁଭଙ୍କର ବୋଲି ଆୟୋଜକ ମତାମତ ଦେଇଛନ୍ତି। ସେହିଭଳି ଗଣମାଧ୍ୟମ ସହ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ ଅନୁଷ୍ଠିତ ମଧ୍ୟ ହେବ ବୋଲି ଆୟୋଜକ କହିଛନ୍ତି । ସମସ୍ତ ମ୍ୟାଚଗୁଡ଼ିକ କଟକ ସ୍ଥିତ ନିମପୁର ଖେଳ ପଡ଼ିଆରେ ଖେଳାଯିବ । କେବଳ ସେତିକି ନୁହେଁ ଓମାୱା ପକ୍ଷରୁ ଆସନ୍ତା ୨୯ ତାରିଖ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏଥିରେ ସଂଗ୍ରହ ହୋଇଥିବା ରକ୍ତ ବ୍ଲଡ଼ ବ୍ୟାଙ୍କକୁ ଦିଆଯିବା ସହ ଯଦି କୌଣସି କଳାକାରଙ୍କର କେବେ ରକ୍ତର ଆବଶ୍ୟକତା ପଡ଼େ ତାଙ୍କୁ ରକ୍ତ ମିଳିପାରିବାର ସୁବିଧା କରାଯିବ ବୋଲି କହିଛନ୍ତି ଗାୟକ ବିଭୁ ଦାସ ।  

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.