ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ବିଜୟୀ - BJP Candidate won from Remuna

By ETV Bharat Odisha Team

Published : Jun 4, 2024, 5:26 PM IST

thumbnail
ରେମୁଣାରେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଦାସ ବିଜୟୀ (ETV Bharat Odisha)

ବାଲେଶ୍ବର: ରେମୁଣାରେ ବିଜୟୀ ହେଲେ ବିଜେପି ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ । ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେଡି ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକଙ୍କୁ ପରାଜିତ କରି ବିଜୟୀ ହୋଇଛନ୍ତି । ବିଜୟୀ ପରେ ସେ ପ୍ରତିକ୍ରିୟା ସମର୍ଥନ କରିଥିବା ଓ ଭୋଟ ଦେଇନଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ସେ ରେମୁଣାର ବାସିନ୍ଦା ହୋଇଥିବା ବେଳେ ଆଗାମୀ ଦିନରେ ଅଞ୍ଚଳର ବିକାଶ ପାଇଁ କାମ କରିବେ ବୋଲି କହିଛନ୍ତି । ରେମୁଣା ଏକ ପର୍ଯ୍ୟଟନ ଓ ଶିଳ୍ପାଞ୍ଚଳ ହୋଇଥିବାରୁ ସେ ଏହି ଦିଗରେ ବିଶେଷ କରି ଧ୍ୟାନ ଦେବେ ବୋଲି କହିଛନ୍ତି । ଡବଲ ଇଞ୍ଜିନ ସରକାର ନିଶ୍ଚିତ ଅଞ୍ଚଳର ବିକାଶରେ ସହାୟକ ହେବ ବୋଲି ଗୋବିନ୍ଦ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିସାରିଥିବା ବେଳେ ଏଥର ବିଜେପି ସରକାର ଗଢିବାକୁ ଯାଉଛି । ଏହାକୁ ନେଇ ବିଜେପି କାର୍ଯ୍ୟାଳୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.