thumbnail

By ETV Bharat Odisha Team

Published : May 25, 2024, 6:05 PM IST

ETV Bharat / Videos

ପୁରୀରେ ସୁରୁଖୁରୁରେ ଚାଲିଛି ମତଦାନ, କ'ଣ ରହିଛି ଭୋଟରଙ୍କ ମୁଡ଼ ? - Puri Voting

ପୁରୀ: ପୁରୀ ଲୋକସଭା ଆସନ ଅନ୍ତର୍ଗତ ୪ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ୧୦୭- ପୁରୀ, ୧୦୮- ବ୍ରହ୍ମଗିରି, ୧୦୯-ସତ୍ୟବାଦୀ ଓ ୧୧୦-ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଚଳିତ ନିର୍ବାଚନରେ ଜିଲ୍ଲାର ଏହି ୪ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀର ମୋଟ ୧୦୩୮ଟି ବୁଥରେ ୯୨୧୮୧୪ ଜଣ ଭୋଟର ମତଦାନ କରିବେ । ୧୦୭ ପୁରୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨୩୯ ବୁଥରେ ୨୪୦୦୭୮ଭୋଟରଙ୍କ ମଧ୍ୟରେ ପୁରୁଷ ୧୨୨୬୬୦, ମହିଳା ୧୧୭୩୭୧ ରହିଥିବା ବେଳେ ଜିଲ୍ଲାରେ ସୁରୁଖୁରୁରେ ଚାଲିଛି ମତଦାନ । ଭୋଟର ମାନେ ବୁଥକୁ ଯାଇ ଶାନ୍ତି ଶୃଙ୍ଖଳାରେ ମତଦାନ କରୁଛନ୍ତି । ୫ବର୍ଷକୁ ଥରେ ଆସୁଥିବା ଗଣତନ୍ତ୍ରର ଏହି ମହାନ ପର୍ବ ସାମିଲ ହୋଇ ଉତ୍ସାହିତ ରହିଛନ୍ତି ଭୋଟର । ତେବେ ଏଥର ନେତାଙ୍କୁ ବାଛିବା ନେଇ ଭୋଟରଙ୍କ ମୁଡ୍ କ'ଣ ରହିଛି? ଶୁଣନ୍ତୁ, ଭୋଟରଙ୍କ ମୁହଁରୁ.......

ଏହା ମଧ୍ୟ ପଢନ୍ତୁ: ପୁରୀ ସଦର ଓ ବ୍ରହ୍ମଗିରିରେ ନିର୍ବାଚନ ମଣ୍ଡଳୀରେ ବୁଥ ଭିତରେ ଉତ୍ତେଜନା, ଦୁଇ ଗୋଷ୍ଠୀ ମୁହାଁମୁହିଁ 

ପୁରୀ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.