ହାର୍ ଜିତ୍ ଲାଗି ରହିବ ରାଉରକେଲା ପାଇଁ ଯାହା ଆବଶ୍ୟକ ତାହା କରିବି: ଦିଲ୍ଲୀପ ରାୟ - DILIP ROY THANKS TO PEOPLE

By ETV Bharat Odisha Team

Published : Jun 6, 2024, 6:50 PM IST

thumbnail
'ହାର୍ ଜିତ୍ ଲାଗି ରହିବ; ରାଉରକେଲା ପାଇଁ ଯାହା ଆବଶ୍ୟକ ତାହା କରିବି': ଦିଲ୍ଲୀପ ରାୟ (ETV Bharat Odisha)

ରାଉରକେଲା: ଶେଷ ହୋଇଛି ରାଜ୍ୟରେ ବିଧାନସଭା ନିର୍ବାଚନ ଏବଂ ଏଥର ନିର୍ବାଚନ ରେ ରାଜ୍ୟରେ ବିଜେପି ରେକର୍ଡ ପ୍ରଦର୍ଶନ କରିଛି ଏବଂ ଏଥର ସରକାର ମଧ୍ୟ ଗଢିବାକୁ ଯାଉଛି ବିଜେପି । କିନ୍ତୁ ରାଉରକେଲା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ସିଟକୁ ହରାଇଛି ବିଜେପି । ହେଭିୱେଟ ନେତା ଏଠାରେ ପ୍ରାର୍ଥୀ ହୋଇଥିଲେ ମଧ୍ୟ ବିଜେଡି ଆଗରେ ହାର ମାନିଲା ବିଜେପି । ଚଳିତ ନିର୍ବାଚନରେ ରାଉରକେଲା ବିଧାନସଭା ଆସନ ହାତେଇଛି ବିଜେଡି । ବିଜେଡି ପ୍ରାର୍ଥୀ ସାରଦା ନାୟକ ଏଥର ରାଉରକେଲାରେ ବିଜୟୀ ହୋଇଛନ୍ତି । ସାରଦା ନାୟକ ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ୩୫୫୨ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ତେବେ ଏହି ସମୟରେ ପରାଜିତ ପ୍ରାର୍ଥୀ ଦିଲ୍ଲୀପ ରାୟ ଜନସାଧାରଣଙ୍କୁ ଭେଟିବା ସହ ସମସ୍ତଙ୍କ ସମର୍ଥନ ପାଇଁ କୃତଜ୍ଞତା ଜଣାଇଛନ୍ତି । ଏଥିସହ ବିଜୟୀ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି । 

'ରାଉରକେଲା ପାଇଁ ଯାହା ଆବଶ୍ୟକ ତାହା କରିବି'

ସେ ଏହା ମଧ୍ୟ କହିଛନ୍ତି ଯେ, ରାଉରକେଲାରେ ଏଥର କଡା ଟକ୍କର ବିଜେପି ଏବଂ ବିଜେପି ମଧ୍ୟରେ ହୋଇଥିଲା । ହେଲେ ବିଜେଡିକୁ ଲୋକେ ଭରସା କରିଥିଲେ । ଏଭଳି ହାର ଜିତ ତ ଲାଗି ରହିବ । ମୁଁ ପରାଜିତ ହୋଇଥିଲେ ବି ସର୍ବଦା ରାଉରକେଲାରେ ଅଛି ଏବଂ ଏଠାକାର ଲୋକଙ୍କ ସହ ଅଛି । ଏହା କେବଳ ଏକ ନିର୍ବାଚନ ଥିଲା ଏବଂ ଏହାର ଫଳାଫଳ ଯାହା ଲୋକେ ଚାହିଁଛନ୍ତି ତାହା ଆସିଛି । ନିର୍ବାଚିତ ନହୋଇ ମଧ୍ୟ ରାଉରକେଲା ପାଇଁ ଯାହା ଦରକାର ହେବ ସେଥିରେ ସହଯୋଗ କରିବି ବୋଲି ସେ କହିଛନ୍ତି । 

ସାରଦା ନାୟକଙ୍କୁ ଜଣାଇଲେ ଶୁଭେଚ୍ଛା

ସାରଦା ନାୟକ ମୋଟ ୬୪୬୬୦ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ମୋଟ ୬୧୧୧୮ ଟି ଭୋଟ ପାଇଥିଲେ । ତେବେ ଦିଲ୍ଲୀପ ରାୟ ପରାସ୍ତ ହେବା ପରେ ଆଜି ରାଉରକେଲାରେ ନିଜ ସମର୍ଥକଙ୍କ ସହ ଭେଟିଛନ୍ତି । ଏହି ସମୟରେ ତାଙ୍କୁ କର୍ମୀମାନେ ଭବ୍ୟ ସ୍ୱାଗତ କରିଥିଲେ । ଦିଲ୍ଲୀପ ରାୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରାଉରକେଲାବାସୀଙ୍କୁ ଏବଂ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ସେ ବିଜୟୀ ପ୍ରାର୍ଥୀ ସାରଦା ନାୟକଙ୍କୁ ମଧ୍ୟ ସେ ଶୁଭେଚ୍ଛା ଜଣାଇଛନ୍ତି । 

ଏହା ମଧ୍ୟ ପଢନ୍ତୁ: ରାଉରକେଲାରେ ବାଜି ମାରିଲେ ସାରଦା ନାୟକ, ସୁନ୍ଦରଗଡ଼ରେ ବିଜୟୀ ପ୍ରାର୍ଥୀଙ୍କ ସେଲିବ୍ରେସନ

ରାଉରକେଲା, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.