thumbnail

By ETV Bharat Odisha Team

Published : May 9, 2024, 11:03 PM IST

ETV Bharat / Videos

'ବ୍ରହ୍ମପୁରରେ ମୋଦିଙ୍କ ସଭା ପରେ ବିଜୟ ଏବେ ଶତ ପ୍ରତିଶତରେ ପରିଣତ ହୋଇଛି' - Bjp Candidate K Anil Kumar

One to one with Berhampur Bjp Candidate K Anil Kumar: ବ୍ରହ୍ମପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଥର ପାଇଁ ବ୍ରହ୍ମପୁର ଗସ୍ତ କରି ଆୟୋଜିତ ସଭା ପରେ ଏହାକୁ ନେଇ ବିଜେପିର ଦଳୀୟ କର୍ମକର୍ତ୍ତାଙ୍କଠାରୁ ଆରମ୍ଭ କରି କର୍ମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ଶତ ପ୍ରତିଶତ ଗ୍ୟାରେଣ୍ଟି । ଦିନକୁ ଦିନ ବ୍ରହ୍ମପୁର ସହରରେ ବିଜେପି ବିଧାୟକ ପ୍ରାର୍ଥୀଙ୍କ ପ୍ରଚାରରେ ଜମୁଛି ଭିଡ । ଏଭଳି ନିଜର ନିର୍ବାଚନ ପ୍ରଚାର ସମୟରେ ଇଟିଭି ଭାରତ ସହିତ ଆଲୋଚନା ସମୟରେ ପ୍ରକାଶ କରିଛନ୍ତି ବ୍ରହ୍ମପୁର ବିଧାନସଭାର ବିଜେପି ଦଳର ବିଧାୟକ ପ୍ରାର୍ଥୀ କେ.ଅନିଲ କୁମାର । ରାଜ୍ୟର ପ୍ରଥମ ପର୍ଯ୍ୟାୟର ମତଦାନ ପାଇଁ ଶେଷ ପର୍ଯ୍ୟାୟରେ ଜମିଲାଣି ପ୍ରାର୍ଥୀମାନଙ୍କ ପ୍ରଚାର । ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉଭୟ ଦଳୀୟ ଓ ସ୍ବାଧୀନ ପ୍ରାର୍ଥୀମାନଙ୍କ ପ୍ରଚାର ଜାରି ରହିଥିବା ବେଳେ ଏହି ଅବସରରେ ବିଜେପି ଦଳ ପକ୍ଷରୁ ସହରର ୱାର୍ଡରୁ ୱାର୍ଡକୁ ଏବଂ ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେପି ପ୍ରାର୍ଥୀ କେ.ଅନିଲ କୁମାର ।  

ଏହା ବି ପଢନ୍ତୁ- ସନ୍ଧ୍ୟାରେ ଜମୁଛି ପ୍ରଚାର, ୱାର୍ଡ ୱାର୍ଡ ବୁଲି ଚ୍ୟାଉ ପଟ୍ଟନାୟକଙ୍କ ଭୋଟ ଭିକ୍ଷା 

ପୂର୍ବରୁ ବ୍ରହ୍ମପୁର ସହରରେ କର୍ପୋରେଟର ଭାବରେ ନିର୍ବାଚିତ ହୋଇଥିବା ଅନିଲ ବିଜେପି ଦଳରୁ ପ୍ରାର୍ଥୀ ହୋଇଥିବା ବେଳେ ନିଜର ସମର୍ଥକ ଏବଂ ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ସ୍ଥାନୀୟ ଅଞ୍ଚଳର ରହିଥିବା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ପାଇଁ ପ୍ରତିଶୃତି ଦେଇ ନିର୍ବାଚନରେ ବିଜୟୀ ହେବାକୁ ପ୍ରଚାର କରୁଛନ୍ତି । ରାଜନୀତି ନୁହେଁ ସେବାର ଏ ସଂକଳ୍ପ, ପଦବୀ ନୁହେଁ ବିକାଶ ପାଇଁ ଏ ଯାତ୍ରା କହିବା ସହିତ ବ୍ରହ୍ମପୁରର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ମୋର ଏ ଲଢ଼େଇ ବୋଲି ପ୍ରକାଶ କରିଛନ୍ତି କେ.ଅନିଲ କୁମାର । ଏହି ଅବସରରେ ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିବା କେ.ଅନିଲ କୁମାରଙ୍କ ତାଙ୍କର ନିର୍ବାଚନ ପ୍ରଚାର ସମୟରେ ଏହି ଅବସରରେ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ...

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.