ଗଣତନ୍ତ୍ରର ମହାପର୍ବ; ଭୋଟ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ - Health Minister cast vote - HEALTH MINISTER CAST VOTE
🎬 Watch Now: Feature Video
Published : May 20, 2024, 12:50 PM IST
ସୁବର୍ଣ୍ଣପୁର: ଆଜି ପଞ୍ଚମ ପର୍ଯ୍ୟାୟ ଲୋକସଭା ଓ ଦ୍ବିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରି ରହିଛି । ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ସୁବର୍ଣ୍ଣପୁର ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ମତଦାତାମାନେ ବେଶ ଉତ୍ସାହର ସହିତ ନିଜ ନିଜର ମତଦାନ କରୁଛନ୍ତି । ଏହି କ୍ରମରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ ନିଜ ଜନ୍ମମାଟି ରାମପୁରର ମତଦାନ କେନ୍ଦ୍ରରେ ନିଜ ପତ୍ନୀଙ୍କ ସହ ମତଦାନ କରିଛନ୍ତି । ସୋନପୁର ବିଧାୟକ ଭାବେ ଲଗାତାର ତିନି ଥର ନିର୍ବାଚନରେ ବିଜୟୀ ହେବା ପରେ ଏଥର ପୁଣି ବିଜେଡି ପୂଜାରୀଙ୍କୁ ବିଜେଡି ପ୍ରାର୍ଥୀ କରିଛି । ସେ ନିଜେ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବା ସହ ମତଦାତାମାନଙ୍କୁ ନିଜର ବହୁମୂଲ୍ୟ ମତଦାନ କରିବା ପାଇଁ ଅନୁରୋଧ କରିଛନ୍ତି ।
ସେପଟେ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରୁଥିବା ପଦ୍ମନାଭ ବେହେରା ମଧ୍ୟ ନିଜର ମତଦାନ କରିଛନ୍ତି । ସେ ଦେଉଳପଦର ଗାଁସ୍ଥିତ ବୁଥରେ ଭୋଟ ଦେଇଛନ୍ତି । ତେବେ ସୁବର୍ଣ୍ଣପୁର ଜିଲ୍ଲାର ଉଭୟ ନିର୍ବାଚନ ମଣ୍ଡଳୀରେ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀ ଲଗାତାର ବିଜେଡି ଦଳର ବିଧାୟକ ଭାବେ ନିର୍ବାଚିତ ହୋଇଆସୁଛନ୍ତି । ନିରଞ୍ଜନ ପୂଜାରୀ ନବୀନ କ୍ୟାବିନେଟରେ ବହୁ ଗୁରୁତ୍ବପୂର୍ଣ୍ଣ ବିଭାଗରେ ମନ୍ତ୍ରୀ କାର୍ଯ୍ୟ କରିଥିବା ବେଳେ ଦୁଇ ଦୁଇ ଥର ରାଜ୍ୟ ବିଧାନସଭାର ବାଚସ୍ପତି ଭାବେ କାର୍ଯ୍ୟ କରିଛନ୍ତି । ସେହିପରି ପଦ୍ମନାଭ ବେହେରା ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବେଳେ ପୂର୍ବରୁ ଫୁଲବାଣୀ ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ ।
ଇଟିଭି ଭାରତ, ସୁବର୍ଣ୍ଣପୁର