ଜଟଣୀରେ ହଜାର ହଜାର ମହିଳାଙ୍କୁ ଧରି ଦମ ଦେଖାଇଲେ ସୁଜିତ, 'ପାର୍ଟି ନୁହେଁ ବରଂ ମାଟି ପୁଅକୁ ସମର୍ଥନ କରିବେ ଜଟଣୀବାସୀ' - sujit balabantaroy campaigning

🎬 Watch Now: Feature Video

thumbnail

By ETV Bharat Odisha Team

Published : May 17, 2024, 12:18 PM IST

ଖୋର୍ଦ୍ଧା : କାହାର ହେବ ଖୋର୍ଦ୍ଧା ଜଟଣୀ । ଗଡ ଦଖଲ କରିବା ପାଇଁ ବିଜେଡି, ବିଜେପି ଏବଂ କଂଗ୍ରେସ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିବା ବେଳେ ଏହାରି ଭିତରେ କଡ୍ଡା ମୁକାବିଲା ପାଇଁ ସାମ୍ନାକୁ ଆସିଛନ୍ତି ସ୍ବାଧୀନ ପ୍ରାର୍ଥୀ ସୁଜିତ ବଳବନ୍ତରାୟ । ଜଟଣୀ ତିନି ପ୍ରମୁଖ ଦଳ ନିଜନିଜର ସମର୍ଥକଙ୍କୁ ନେଇ ପ୍ରଚାର ମୈଦାନକୁ ଓହ୍ଲାଇଥିବା ବେଳେ ସୁଜିତ ମଧ୍ୟ ଶକ୍ତି ପ୍ରଦର୍ଶନ କରିଛନ୍ତି । ସ୍ୱାଧୀନ ଭାବେ ଲଢ଼ୁଥିବା ସୁଜିତଙ୍କୁ ହୀରା ଚିହ୍ନ ମିଳିଥିବା ବେଳେ ଏଥର ଜଟଣୀ ଲଢେଇରେ ଭଲ ପଦର୍ଶନ କରିବେ ବୋଲି ସାଧାରଣରେ ଆଲୋଚନା ହେଉଛି । ସେହିଭଳି ସକାଳେ ବାଇକ ଶୋଭାଯାତ୍ରା ପରେ ସନ୍ଧ୍ୟାରେ ହଜାର ହଜାର ମହିଳାଙ୍କୁ ନେଇ ବିରାଟ ଶୋଭାଯାତ୍ରା କରି ଜଟଣୀ ପାଇଁ ଥିବା ପ୍ରମୁଖ ଦାବିଦାରଙ୍କ ନିଦ ହଜେଇ ଦେଇଛନ୍ତି । ହଜାର ହଜାର ସଂଖ୍ୟାରେ ମହିଳା ହାତରେ ନିର୍ବାଚନୀ ଚିହ୍ନ ଧରି ସୁଜିତଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଘର ଘର ବୁଲି ଲୋକଙ୍କ ନିକଟତର ହେବା ସହ ଭୋଟ ଭିକ୍ଷା କରିବା ପାଇଁ ପ୍ରୟାସ କରୁଛନ୍ତି ସୁଜିତ ।

ଜଟଣୀ ଅଞ୍ଚଳରେ ଯୁବ ସଂଗଠକ ଭାବରେ ପରିଚୟ ପାଇଥିବା ସୁଜିତ ବଳବନ୍ତରାୟ ଏଇ ନିର୍ବାଚନରେ ସ୍ୱାଧୀନ ଭାବରେ ଲଢ଼ିବା ସହ, ଜଟଣୀ ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂଗଠନ କରି ଯୁବକ ମାନଙ୍କୁ ଅସ୍ତ୍ର କରି ନିର୍ବାଚନ ରଣକ୍ଷେତ୍ର ପ୍ରସ୍ତୁତି କରିଛନ୍ତି । ଜଟଣୀବାସୀ ଏଥର ପାର୍ଟି ନୁହେଁ ବରଂ ମାଟି ପୁଅକୁ ସମର୍ଥନ କରିବେ ବୋଲି ଆଶାରଖିଛନ୍ତି ସୁଜିତ । ତେବେ ଜଟଣୀ ଅଞ୍ଚଳରେ ଜନସାଧାରଣଙ୍କ ପାଇଁ କିଛି କରିବା ପାଇଁ ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି ଏବଂ ଜଟଣୀରେ ଥିବା ଶିକ୍ଷା ସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟାର ସମାଧାନ ଦିଗରେ କାମ କରିବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜଟଣୀରେ ଦମ ଦେଖାଉଛନ୍ତି ସ୍ୱାଧୀନ ପ୍ରାର୍ଥୀ ସୁଜିତ - Odisha Assembly Election 2024



ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.