ଜଟଣୀରେ ରାଜନୈତିକ ଉଷ୍ମତା, ପୁରୁଖାଙ୍କୁ ଟକ୍କର ଦେବେ ନବାଗତ - Jatani Assembly Constituency - JATANI ASSEMBLY CONSTITUENCY
🎬 Watch Now: Feature Video
Published : Apr 26, 2024, 8:15 PM IST
Election Campaigning in Jatani ଖୋର୍ଦ୍ଧା: ଜଟଣୀରେ ଜମୁଛି ପ୍ରଚାର । ହେଲେ ଗ୍ରୀଷ୍ମ ପ୍ରବାହ ପାଇଁ ବଦଳିଛି ସମୟ । ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ବଦଳୁଛି ନିର୍ବାଚନ ପ୍ରଚାର ସମୟ । ଜଟଣୀ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଥିବା ବେଳେ ପ୍ରଚାର ମଧ୍ୟ ଜୋରଦାର ହେଉଥିବା ଦେଖିବାକୁ ମିଳିଛି।
ଜଟଣୀ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା ଓ ସ୍ୱାଧୀନ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟ ପ୍ରଚାରକୁ ଜୋରଦାର କରିଛନ୍ତି । ହେଲେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରାର୍ଥୀ ମାନେ ସକାଳ ଓ ସନ୍ଧ୍ୟା ସମୟରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଜଟଣୀ ନିର୍ବାଚନ ମଣ୍ଡଳୀରେ ଯୁବକଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂଗଠନ କରିଛନ୍ତି ସୁଜିତ । ସେ ଚଳିତ ନିର୍ବାଚନରେ ଯୁବକ ମାନଙ୍କୁ ଅସ୍ତ୍ର କରି ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି । ଜଟଣୀବାସୀ ଏଥର ପାର୍ଟି ନୁହେଁ ବରଂ ମାଟିର ପୁଅକୁ ସମର୍ଥନ କରିବେ ବୋଲି ଆଶା ରଖିଛନ୍ତି ସୁଜିତ ।
ସେହିପରି ଅନ୍ଧାରୁଆ ପଞ୍ଚାୟତ ଅଧିନ ଦାସପୁରୁ ଠାରେ ଥିବା ମାଳିମା ମନ୍ଦିର ଠାରୁ ଏକ ବିଶାଳ ବାଇକ ରାଲି କରି ଚନ୍ଦକା ପଞ୍ଚାୟତ ଏବଂ ଦାରୁଠେଙ୍ଗ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି ସୁଜିତ। ସେହିପରି ଜଟଣୀ କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ଜେନା ସନ୍ଧ୍ୟା ସମୟରେ ସୀତାରାମ ଛକରୁ ବିରାଟ ଶୋଭାଯାତ୍ରାରେ ସାଂସଦ ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ଜଟଣୀ ମୁଖ୍ୟ ରାସ୍ତା ଦେଇ ମା’ ଡମଣେଇ ମନ୍ଦିରରେ ପହଞ୍ଚି କର୍ମୀ ସମ୍ମିଳନୀ କରିଛନ୍ତି । ଏହି କର୍ମୀ ସମ୍ମିଳନୀରେ ଶହ ଶହ ବିଜେପି ଓ ବିଜେଡି କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି । ସେପଟେ ବିଜେପି ଓ ବିଜେଡି ପ୍ରାର୍ଥୀ ମଧ୍ୟ ଜଟଣୀର ଭିନ୍ନ ଭିନ୍ନ ଅଞ୍ଚଳରେ ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ଇଟିଭି ଭାରତ, ଖୋର୍ଦ୍ଧା