ଶ୍ରମିକ ଦିବସରେ ନାମାଙ୍କନ ଭରିଲେ ଶ୍ରମମନ୍ତ୍ରୀ ସାରଦା - Sarada files nomination - SARADA FILES NOMINATION
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : May 1, 2024, 5:25 PM IST
SARADA FILES NOMINATION: ରାଉରକେଲା: ନାମାଙ୍କନ ଭରିଲେ ରାଉରକେଲାର ହେବିୱେଟ ନେତା ତଥା ବିଧାୟକ ସାରଦା ନାୟକ । ନିଜର ହଜାର ହଜାର ସମର୍ଥନଙ୍କ ସହ ଦମ୍ ଦେଖାଇ ନାମାଙ୍କନ ଭରିଲେ । ଶ୍ରମିକ ଦିବସରେ ନାମାଙ୍କନ ଭରିଲେ ଶ୍ରମମନ୍ତ୍ରୀ ସାରଦା ନାୟକ । ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ପୁଣି ଥରେ ଟିକେଟ ପାଇଛନ୍ତି ସାରଦା । ସାରଦା ନିଜ ସମର୍ଥକଙ୍କ ରାଉରକେଲା ବିଶ୍ରା ଛକରୁ ଏକ ବିଶାଳ ରାଲିରେ ଆସି ଉଦିତ ନଗର ପାନପୋଷ ଉପଜିଲ୍ଲାପାଳ ଅଫିସରେ ନାମାଙ୍କନ ଭରିଥିଲେ । ହଜାର ହଜାର ସଂଖ୍ୟାରେ ଲୋକେ ଜନ ସମୁଦ୍ର ଭଳି ସାରଦାଙ୍କ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।
ଏହି ଅବସରରେ ସେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ବିକାଶର ଧାରା,ଲୋକ ସମ୍ପର୍କ ଏବଂ ଜନ କଲ୍ୟାଣ ଯୋଜନାକୁ ନେଇ ଏଥର ବିଜେଡି ନିର୍ବାଚନ ଲଢ଼ିବ । ନିଶ୍ଚିତ ଭାବରେ ବିପୁଳ ସଂଖ୍ୟାରେ ବିଜୟୀ ହେବୁ । ଖରାକୁ ଖାତିର ନକରି ଆସି ବିଜେଡି ପାଇଁ ସମର୍ଥନ ଦେଇଥିବାରୁ ରାଉରକେଲା ଜନ ସାଧାରଣଙ୍କୁ ଧନ୍ୟବାଦ । ଏଥର ବିପୁଳ ଜନ ସମର୍ଥନ ମିଳୁଛି ଏବଂ ରାଜ୍ୟ ସରକାରଙ୍କ ବିକାଶର ଧାରା ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଭଲ ପାଇବା ଆଜି ଏହି ସମର୍ଥନ ଆଣିଛି । ଏଥର ବିଜେଡି ରାଉରକେଲାରେ ଏକ ପାଖିଆ ବିଜୟୀ ହେବ ।
ଇଟିଭି ଭାରତ ,ରାଉରକେଲା