ତିର୍ତ୍ତୋଲରେ ଆରମ୍ଭ ହେଲାଣି ପ୍ରଚାର, ଗାଁ ଗାଁରେ ନେତାଙ୍କ ଭିଡ଼ - Himanshu Mallick Campaign - HIMANSHU MALLICK CAMPAIGN

🎬 Watch Now: Feature Video

thumbnail

By ETV Bharat Odisha Team

Published : May 17, 2024, 1:05 PM IST

Congress Candidate Himanshu Mallick Campaign:  ଜଗତସିଂହପୁର: ଜିଲ୍ଲାରେ ଆସନ୍ତା ଜୁନ ୧ ତାରିଖରେ ଭୋଟ୍ ଗ୍ରହଣ ହେବାକୁ ଯାଉଛି । ଭୋଟର ନିକଟରେ ପହଞ୍ଚିବାକୁ ପ୍ରାର୍ଥୀ ଓ ନେତାଙ୍କ ପ୍ରୟାସ ଜୋରଦାର ରହିଛି  । ଗାଁ ଗାଁ ଘର ଘର ବୁଲି ନିଜ ସମର୍ଥନ ଜୁଟାଉଛନ୍ତି ପ୍ରାର୍ଥୀ  । ଏହିକ୍ରମରେ ଜଗତସିଂହପୁରରେ ମଧ୍ୟ ପ୍ରଚାର ଜୋରଦାର ରହିଛି  । ତିର୍ତ୍ତୋଲ ବିଧାନସଭା ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ହିଂମାଶୁ ମଲ୍ଲିକ ପ୍ରଚାର ଜୋରଦାର ରହିଛି  । ଆଉମଧ୍ୟ ହିମାଂଶୁ ମଲ୍ଲିକଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି କଂଗ୍ରେସର ମିଡ଼ିଆ ସେଲ ଅଧ୍ୟକ୍ଷ ବିଶ୍ୱରଂଜନ ମହାନ୍ତି ଓ ଅଖିଳ ଭାରତୀୟ କଂଗ୍ରେସ କମିଟିର ମୁଖପାତ୍ର ପ୍ରଭାତ କୁମାର ।

ବିରିଡି ବ୍ଲକ ଅନ୍ତର୍ଗତ ଅଲାଣ୍ଡ ହାଟ ନିକଟରେ ଏକ ସଭାରେ ଯୋଗଦେଇ ବିଜେପି ଓ ବିଜେଡିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ନେତା । AICCର ମୁଖପାତ୍ର ପ୍ରଭାତ କୁମାର କହିଛନ୍ତି ଯେ, ରାଜ୍ୟରେ 24 ବର୍ଷ ମୁଖ୍ୟମନ୍ତ୍ରୀ ରହିବା ପରେ ମଧ୍ୟ ନବୀନ ପଟ୍ଟନାୟକ ଓଡିଆ କହିବା ଓ ବୁଝିବା ପାଇଁ ଚେଷ୍ଟା କଲେନାହିଁ । ଯିଏ ଓଡ଼ିଆ ବୁଝନ୍ତି ନାହିଁ ସେ ଓଡିଶା ଲୋକଙ୍କ ପାଇଁ କଣ କରିବେ ବୋଲି ପ୍ରଶ୍ନ କରିଛନ୍ତି । ଭଗବାନ ଜଗନ୍ନାଥଙ୍କ ମନ୍ଦିରରେ ନବୀନ ସରକାର ଅଘୋଷିତ କର୍ଫୁ ଲଗାଇଛନ୍ତି । ଚାରିଦ୍ୱାର ଖୋଲିବା ପାଇଁ ବାରମ୍ବାର ଲୋକେ ଦାବି କରି ଆସୁଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନାହାଁନ୍ତି । 

ଏହାମଧ୍ୟ ପଢନ୍ତୁ.. ଜଗତସିଂହପୁରରେ ନାମାଙ୍କନ ଭରିଲେ ବିଜେପି-ବିଜେଡି-କଂଗ୍ରେସ ପ୍ରାର୍ଥୀ - Odisha Assembly Election 2024
 

ସେହିପରି ପିସିସି ମିଡିଆ ସେଲ ଅଧ୍ୟକ୍ଷ ପ୍ରଫେସର ବିଶ୍ୱରଂଜନ ମହାନ୍ତି କହିଛନ୍ତି ଯେ, ତିର୍ତ୍ତୋଲ ପୂର୍ବରୁ କଂଗ୍ରେସର ଗଡ଼ ଭାବେ ପରିଚିତ ଥିଲା । ଏବେ ତିର୍ତ୍ତୋଲବାସୀ ବୁଝିଲେଣି  । କଂଗ୍ରେସ ହିମାଂଶୁ ମଲ୍ଲିକଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି ଆଗାମୀ ନିର୍ବାଚନରେ ସେ ଭଲ ପ୍ରଦର୍ଶନ କରିବେ ବୋଲି ଦୃଢକ୍ତି ପ୍ରକାଶ କରଥିଲେ । ବିଜେଡି ଓ ବିଜେପିକୁ ସମାଲୋଚନା କରି ବିଶ୍ଵ ରଞ୍ଜନ କହିଥିଲେ ଯେ ଦୀର୍ଘ 24 ବର୍ଷ ହେବ ଉଭୟ ଦଳ ରାଜ୍ୟରେ ଛାୟା ମେଣ୍ଟ ସରକାର ଚଳାଇ ଆସୁଛନ୍ତି ।



ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.