ୱାକୋ ଇଣ୍ଡିଆ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ, ୯ଟି ସ୍ଵର୍ଣ୍ଣ ଓ ୧ ରୌପ୍ୟ ଜିତିଲେ ଓଡ଼ିଆ ଖେଳାଳି - wako india kickboxing Tournament

By ETV Bharat Sports Team

Published : Jul 31, 2024, 5:20 PM IST

thumbnail
WAKO India Kickboxing Tournament (ETV Bharat Odisha)

WAKO India Kickboxing Tournament :ଭୁବନେଶ୍ବର: ରାଜସ୍ଥାନ ଜୟପୁରରେ ଆୟୋଜିତ ୱାକୋ (wako) ଇଣ୍ଡିଆ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ପାଇଁ ଗର୍ବ । ଏହି ଜାତୀୟସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ୱାକୋ ଓଡ଼ିଶା ପକ୍ଷରୁ ମୁଦ୍ରା ଫିଟନେସ ସେଣ୍ଟର ୧୦ ଜଣ ଖେଳାଳି ଭାଗ ନେଇଥିବା ବେଳେ ୯ଟି ସ୍ଵର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ପଦକ ହାସଲ କରିଛନ୍ତି ଖେଳାଳି । 

ଜୟପୁରରେ ଗତ ୨୫ ତାରିଖରୁ ଆରମ୍ଭ ହୋଇଥିଲା ୱାକୋ ଇଣ୍ଡିଆ କିକ ବକ୍ସିଂ ଟୁର୍ଣ୍ଣାମେଣ୍ଟ । ଏହା ୨୮ ତାରିଖରେ ଶେଷ ହୋଇଥିଲା । ଏଥିରେ ଓଡିଶାରୁ ୧୦ ଜଣ ଭାଗ ନେଇଥିଲେ । ଖେଳାଳିମାନଙ୍କର ପ୍ରଶିକ୍ଷକ ମହମ୍ମଦ ସଲିମ ଖାନ୍ । ଖେଳାଳିମାନଙ୍କ ସହ ଅଫିସିଆଲ୍ ଭାବେ କର୍ମଚାରୀମାନେ ଗସ୍ତ କରିଥିଲେ । ଓଡିଶା ଦଳ ପାଇଁ ଭାଗ ନେଇଥିବା ଖେଳାଳିମାନେ ହେଲେ ମହମ୍ମଦ ଡକ୍ସ ଖାନ୍, ୟଶ ଖାନ୍, ସମ୍ବିତ ଲେଙ୍କା, ଯୁବରାଜ ସି, ଆର୍ଯ୍ୟନ ଶର୍ମା, ବିନୟ ନାୟକ, ଶିବାଶିଷ ମହାପାତ୍ର, କୌସ୍ତୁଭ ମହାନ୍ତି, ଅମିତ ପ୍ରସାଦ ଏବଂ ସାଇ ସାଗର । 
 

ଏହା ମଧ୍ୟ ପଢ଼ନ୍ତୁ...ମେଡାଲ ଆଡ଼କୁ ଲକ୍ଷ୍ୟ; ପ୍ରି-କ୍ବାର୍ଟର ଫାଇନାଲ୍‌ରେ ଲକ୍ଷ୍ୟ ସେନ୍‌ - Paris Olympics 2024

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.