thumbnail

By ETV Bharat Odisha Team

Published : Jan 20, 2024, 10:36 AM IST

ETV Bharat / Videos

ସ୍କୁଲରେ ଆଧ୍ୟାତ୍ମିତ ପରିବେଶ, ଶ୍ରୀରାମ ଗୀତରେ ନାଚିଲେ ଛାତ୍ରଛାତ୍ରୀ

Nagpur School Students Dance on Shri Ram Bhajans ମୁମ୍ବାଇ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାତରେ ମାତ୍ର ଆଉ ଗୋଟିଏ ଦିନ । ସ୍ବର୍ଣ୍ଣିମ ମୁହୂର୍ତ୍ତ ଯେତେ ପାଖାଉଛି ରାମ ଭକ୍ତ ସେତିକି ବିଭୋର ହେଉଛନ୍ତି । ବର୍ତ୍ତମାନ ଠାରୁ ସାରା ଦେଶରେ ଶୁଭୁଛି ରାମନାମ । ଶୁକ୍ରବାର ରାମଲାଲାଙ୍କ ପ୍ରଥମ ଫଟୋ ସାମ୍ନାକୁ ଆସିଥିବା ବେଳେ ମୁଖମଣ୍ଡଳ ଦେଖି ପ୍ରେମରେ ଡୁବିଛନ୍ତି ଭକ୍ତ । ସୋସିଆଲ ମିଡିଆରେ ବେସ ଭାଇରାଲ ହେବାରେ ଲାଗିଛି ପ୍ରତିମୂର୍ତ୍ତି । ବର୍ତ୍ତମାନ ଦେଶରେ ସ୍କୁଲରେ ମଧ୍ୟ ଦେଖାଯାଇଛି ଆଧ୍ୟାତ୍ମିକ ପରିବେଶ । ରାମ ଭକ୍ତିରେ ଲୀନ ହୋଇଯାଇଛନ୍ତି ଛାତ୍ରଛାତ୍ରୀଙ୍କ ଠାରୁ ଶିକ୍ଷୟତ୍ରୀ । ଏମିତି ଏକ ଭିଡିଓ ମହାରାଷ୍ଟ୍ର ନାଗପୁରରେ ଏକ ସ୍କୁଲରୁ ସାମ୍ନାକୁ ଆସିଛି । ପୂଣ୍ୟ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ସ୍କୁଲ ଛାତ୍ରଛାତ୍ରୀମାନେ ରାମ ଭଜନରେ ନାଚୁଥିବା ଦେଖିବାକୁ ମିଳିଛି । ତେବେ ଛାତ୍ରଛାତ୍ରୀଙ୍କ ସହିତ ଶିକ୍ଷୟତ୍ରୀ ମଧ୍ୟ ରାମ ଧୁନରେ ନାଚୁଛନ୍ତି । ଛାତ୍ରଛାତ୍ରୀଙ୍କ ଜୟଶ୍ରୀରାମ ନାଚକୁ ସୋସିଆଲ ମିଡିଆରେ ବେସ୍ ପ୍ରଶଂସା କରିଛନ୍ତି ୟୁଜର୍ସ । 

ଏହା ମଧ୍ୟ ପଢନ୍ତୁ: ସାମ୍ନାକୁ ଆସିଲା ରାମଲାଲାଙ୍କ ଶ୍ରୀମୁଖ ଫଟୋ, ରାମନାମରେ ପ୍ରକମ୍ପିତ ଚତୁର୍ଦ୍ଦିଗ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.