ନବରଙ୍ଗପୁରରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କଲେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ - International Yoga Day

By ETV Bharat Odisha Team

Published : Jun 21, 2024, 7:25 PM IST

thumbnail
International Yoga Day (ETV Bharat Odisha)

International Yoga Day: ନବରଙ୍ଗପୁର: ଆଜି ହେଉଛି ଆନ୍ତର୍ଜାତୀୟ ଯୋଗ ଦିବସ। ସେହିକ୍ରମରେ ନବରଙ୍ଗପୁର ଜିଲ୍ଲାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ନବରଙ୍ଗପୁର ସ୍ନାତକ ମହାବିଦ୍ୟାଳୟ ଠାରେ ପ୍ରଶାସନ ସହଯୋଗରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ଏଥିରେ ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମାଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ, ସ୍ୱୟଂ ସହାୟକ ଦଳ ସଦସ୍ୟା, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମନେ ଯୋଗାଭ୍ୟାସ କରିଥିଲେ।  

ଏହା ମଧ୍ୟ ପଢ଼ନ୍ତୁ.. ଅନ୍ତର୍ଜାତୀୟ ଯୋଗ ଦିବସ; ବିନ୍ଦୁ ସାଗରରେ ଜଳ ଯୋଗ - JALA JOGA IN BINDUSAGARA

ଭିନ୍ନ ଭିନ୍ନ ପ୍ରକାର ଯୋଗାସନ ପ୍ରଦର୍ଶନ ସହ ପ୍ରାଣାୟାମ କରାଯାଇଥିଲା। ଏହି ଅବସରରେରେ ଉପସ୍ଥିତ ଅତିଥିମାନେ ଯୋଗ ଦେଇ ଉଦ୍ଧବଧନ ଦେଇ ଯୋଗ ଅଭ୍ୟାସର ଲାଭ ଓ ଆବଶ୍ୟକତା ବିଷୟରେ ବୁଝାଇଥିଲେ। ଉଭୟ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଯୋଗର ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏଥିସହ ଆରକ୍ଷୀ ପଡିଆ ଠାରେ ୧୨ ବାଟାଲିୟନ ସିଆରପିଏଫ କମାଣ୍ଡାଣ୍ଟ ଏମକେ ପ୍ରସାଦଙ୍କ ତତ୍ବାବଧାନରେ ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୪ ପାଳିତ ହୋଇଛି । ଏହି ଅବସରରେ ୧୨ ବାଟାଲିୟନ ସିଆରପିଏଫର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.