ଜଗତସିଂହପୁରରେ ମଣ୍ଡି ସମସ୍ୟାକୁ ନେଇ ନବ ନିର୍ମାଣ କୃଷକ ସଙ୍ଗଠନର ବିକ୍ଷୋଭ

By ETV Bharat Odisha Team

Published : Jan 20, 2024, 10:43 PM IST

thumbnail

Naba Nirman Farmer Union protest in Jagatsinghpur: ଜଗତସିଂହପୁର: ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଧାନ ମଣ୍ଡିରେ ଅନିୟମିତତାକୁ ନେଇ ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ ସହିତ ଧାରଣା ଦିଆଯାଇଛି । ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଜିଲ୍ଲାରେ ମଣ୍ଡିକୁ ନେଇ ଅବ୍ୟବସ୍ଥା ଚରମ ସୀମାରେ ପହଞ୍ଚିଛି । ଜିଲ୍ଲାର ଆଠଟି ବ୍ଲକରେ ଆଜି ପର୍ଯ୍ୟନ୍ତ ମଣ୍ଡି ଖୋଲାଯାଇପାରିନାହିଁ । ଯେତିକି ବି ଖୋଲିଛି ସେଠାରେ ଚାଷୀମାନଙ୍କୁ ଶୋଷଣ କରାଯାଉଛି । ଧାନ କୁଇଣ୍ଟାଲ ପ୍ରତି 5 କେଜି କଟଣୀ ଛଟନୀ କରାଯାଉଛି । ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଟୋକନ ପାଇଥିବା ଚାଷୀଙ୍କୁ ମଣ୍ଡିକୁ ଧାନ ଆଣିବା ପାଇଁ କୁହାଯାଉଛି କିନ୍ତୁ ନିର୍ଦ୍ଧାରିତ ସମୟରେ ଧାନ ଗ୍ରହଣ କରାଯାଉ ନଥିବାରୁ ନିଜ ଧାନକୁ ଚାଷୀଟିଏ ମଣ୍ଡିରେ ପକାଇ ରଖି ଜଗିବାକୁ ପଡୁଛି ।  

ନବ ନିର୍ମାଣ କୃଷକ ସଙ୍ଗଠନ ଆହୁରି ମଧ୍ୟ ଅଭିଯୋଗ କରିଛି ଯେ, ରାଜ୍ୟ ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ ଚାଷ କାର୍ଯ୍ୟ ଛାଡିବାକୁ ବାଧ୍ୟ ହେଉଛି । ଜଗତସିଂହପୁର 14 ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଜିଲ୍ଲା । ଏହି ଜିଲ୍ଲାରେ 70 ପ୍ରତିଶତ ଲୋକେ ଚାଷ କାର୍ଯ୍ୟ କରି ଜୀବିକା ନିର୍ବାହ କରିଥାନ୍ତି । ବନ୍ୟା, ବାତ୍ୟା ଆଦି ଏହି ଜିଲ୍ଲାର ସହଚର ହୋଇଥିଲେ ମଧ୍ୟ ସରକାର କି ପ୍ରଶାସନ ଚାଷୀଙ୍କ ସମସ୍ୟାକୁ ସବୁବେଳେ ଅଣଦେଖା କରି ଆସୁଛି । ଜିଲ୍ଲାରେ ଗୋଟିଏ ବି ସରକାରୀ ଶୀତଳ ଭଣ୍ଡାର ନଥିବା ସଂଘ କହିଛି । ମାଙ୍କଡ଼,ଷଣ୍ଡ ଓ ହରିଣଙ୍କ ଦୌରାମ୍ୟ ଯୋଗୁ ବିଭିନ୍ନ ସମୟରେ ଫସଲ ନଷ୍ଟ ହେଉଛି । କୃଷିଜାତ ଯନ୍ତ୍ରପାତିରେ ସରକାର ଦେଉଥିବା ଋଣ ପାଇବାରୁ ଚାଷୀ ଟିଏ ବଞ୍ଚିତ ହେଉଛି । ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ଚାଷୀ ବଞ୍ଚିଲେ ଦେଶ ବଞ୍ଚିବ ବୋଲି କହିଥିଲେ । ଏହାକୁ ନେଇ ସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି ଘଟଣାକୁ ନେଇ ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ସେପଟେ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ କହିଛନ୍ତି ଯେ, ମିଲରମାନେ ଠିକ ସମୟରେ ଆସୁ ନଥିବାରୁ ଏହିଭଳି ସମସ୍ୟା ସୃଷ୍ଟି ହେଉଛି । ଏହାକୁ ସମାଧାନ କରିବା ପାଇଁ ଉଦ୍ୟମ କରାଯାଉଛି ।  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.