ରାଉରକେଲାରେ ଧୁମଦାମରେ ମହରମ ପାଳିଲେ ମୁସଲିମ ଭାଇ-ଭଇଣୀ - Muharram Celebration

By ETV Bharat Odisha Team

Published : Jul 17, 2024, 10:24 PM IST

thumbnail
Muharram Celebration (ETV Bharat Odisha)

Muharram Celebration: ରାଉରକେଲା: ଆଜି ମହରମ ପର୍ବ । ସାରା ଦେଶରେ ପାଳିତ ହେଉଛି ମହରମ । ମୁସଲିମ ସମ୍ପ୍ରଦାୟ ପାଇଁ ଏହା ଏକ ବଡ଼ ପର୍ବ ହୋଇଥିବାରୁ ସେମାନେ ଏକାଠି ହୋଇ ମହରମ ପାଳନ କରୁଛନ୍ତି । ଏନେଇ ରାଉରକେଲା ସହରରେ ଥିବା ମୁସଲିମ ସମ୍ପ୍ରଦାୟର ଭାଇ ଭଉଣୀ ମାଧ୍ୟ ବଡ଼ ଉତ୍ସାହର ସହ ଏହି ପର୍ବକୁ ବଡ଼ ଧୁମଧାମରେ ପାଳନ କରିଛନ୍ତି । 

ତ୍ୟାଗ ଏବଂ ବଳିଦାନର ପର୍ବ ମହରମ । ମହରମ ପର୍ବ ଅବସରରେ ରାଉରକେଲାରେ ଶୋଭାଯାତ୍ରା ହୋଇଛି । ରାଉରକେଲାର ନାଲା ରୋଡରୁ ଶୋଭାଯାତ୍ରା ବାହାରି ବିର୍ଶା ଛକ ଦେଇ ମହତାବ ରୋଡ଼ ପର୍ଯ୍ୟନ୍ତ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଏଥର ସମ୍ପୂର୍ଣ୍ଣ ଡେଲି ମାର୍କେଟ ବଦଳରେ କେବଳ କିଛି ଵିଶେଷ ଅଞ୍ଚଳରେ ଏହି ଶୋଭାଯାତ୍ରା କରାଯାଇଛି । କେବଳ ନିଜ ପଡାରେ ମହରମ ପାଳିବା ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ଅନୁମତି ଦେଇଛି । ସେପଟେ ଶୁଙ୍ଖଳା ଦୃଷ୍ଟିରୁ ରାଉରକେଲା ସହରରେ ପୋଲିସ ଛାଉଣୀ ରହିଛି । ସେହିପରି ସମ୍ପୂର୍ଣ୍ଣ ସୁନ୍ଦରଗଡ଼ରେ ମଧ୍ୟ ମହରମ ପର୍ବ ବେଶ ଧୁମଧାମରେ ପାଳିତ ହୋଇଛି ।
 

ଏହା ମଧ୍ୟ ପଢ଼ନ୍ତୁ...ଭାଇଚାରାର ନିଆରା ନିଦର୍ଶନ; ୩୦୦ ବର୍ଷ ହେଲା ମହରମରେ ତାଜିଆ ବାହାର କରୁଛନ୍ତି ହିନ୍ଦୁ ପରିବାର - Hindu family takes out tazia

ଇଟିଭି ଭାରତ, ସୁନ୍ଦରଗଡ଼

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.