କାର୍‌ରେ ଷ୍ଟଣ୍ଟ କରୁଥିଲେ ନାବାଳକ; ସ୍କୁଟି ସହ ଧକ୍କା ଦେବାରୁ ଚାଲିଗଲା ମାଆ ଜୀବନ, ଝିଅ ଗୁରୁତର - UP car accident

By ETV Bharat Odisha Team

Published : Aug 3, 2024, 9:08 PM IST

thumbnail
Mother killed daughter injured during car stunt by minor boys (ETV Bharat Odisha)

UP CAR ACCIDENT:ଲକ୍ଷ୍ନୌ: କାରରେ ଷ୍ଟଣ୍ଟ କରୁଥିବାବେଳେ ସ୍କୁଟିକୁ ପିଟିଦେଲେ ନାବାଳକ । ଦୁର୍ଘଟଣାରେ ଚାଲିଗଲା ମହିଳାଙ୍କ ଜୀବନ । ଏମିତି ଏକ ବିଚଳିତ କଲାଭଳି ଭିଡିଓ ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ କାନପୁରରୁ । ଏଠାରେ ଜଣେ ମହିଳା ନିଜ ଝିଅ ସହ ସ୍କୁଟିରେ ଯାଉଥିବାବେଳେ ତାଙ୍କୁ ଏକ କାର୍‌ ଧକ୍କା ଦେଇଥିଲା । କାର୍‌ ଚଳାଉଥିଲେ ଜଣେ ନାବାଳକ ଓ ତାଙ୍କ ସହ ଆଉ ୩ ଜଣ ବସିଥିଲେ । ଦୁର୍ଘଟଣାର ପୁରା ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବାବେଳେ ଏବେ ଭାଇରାଲ ହେବାରେ ଲାଗିଛି । ଏଥିରେ ସ୍କୁଟି ଚଳାଉଥିବା ମହିଳାଙ୍କ ମୃତ୍ୟୁ ହୋଇଥିବାବେଳେ ତାଙ୍କର ଛୋଟ ଝିଅ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି  । 
 

ସୂଚନା ଅନୁଯାୟୀ, ଶୁକ୍ରବାର ଦିନ ଭାବନା ମିଶ୍ର ନାମକ ମହିଳା ନିଜ ଝିଅକୁ ଡାକ୍ତରଙ୍କୁ ଦେଖାଇ ସ୍କୁଟିରେ ଘରକୁ ଫେରୁଥିଲେ । ବାଟରେ ଏକ ଦ୍ରୁତଗାମୀ କାର୍ ସାମ୍ନା ପଟୁ ତାଙ୍କୁ ଜୋରରେ ଧକ୍କା ଦେଇଥିଲା । ଏଥିରେ ମାଆ-ଝିଅ ଛିଟିକି ହୋଇ ଦୂରରେ ପଡିଥିଲେ  । ସ୍ଥାନୀୟ ଲୋକେ ଦୁହିଁଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିବାବେଳେ ଡାକ୍ତର ମାଆକୁ ମୃତ ଘୋଷଣା କରିଥିଲେ  । ଏବେ ତାଙ୍କର ଝିଅ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, କାର୍‌ରେ ଦୁଇ ଜଣ ନାବାଳକ ଓ ଦୁଇ ଜଣ ନାବାଳିକା ଥିଲେ । ସେମାନେ ସ୍କୁଲରେ କ୍ଲାସ ବନ୍ଦ କରି କାରରେ ବୁଲିବାକୁ ବାହାରିଥିଲେ । ଗାଡି ଚଳାଉଥିବା ନାବାଳକ ଷ୍ଟଣ୍ଟ କରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୪ ଜଣଙ୍କୁ ଗିରଫ କରିଛନ୍ତି  । 

ଏହା ମଧ୍ୟ ପଢନ୍ତୁ....ଜଟିଆ ବାବା ମଥାରେ ଢାଲି ପାରିଲେନି ପବିତ୍ର ଜଳ; ଟ୍ରକ ଧକ୍କାରେ ଚାଲିଗଲା 2 କାଉଡିଆଙ୍କ ସମେତ 3 ଜଣଙ୍କ ଜୀବନ, ପୋଲିସର ତଦନ୍ତ ଆରମ୍ଭ - Truck accident in Ganjam

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.