ପେପର ମିଲରେ ଲାଗିଲା ନିଆଁ, ଧୂଆଁମୟ ଆକାଶ - FIRE BREAK OUT IN PAPER MILL

By ETV Bharat Odisha Team

Published : Jun 30, 2024, 7:21 PM IST

thumbnail
Fire Break Out in Paper Mill (ETV Bharat Odisha)

Fire Break Out in Paper Mill: ବଲାଙ୍ଗୀର: ଟିଟିଲାଗଡ ସ୍ଥିତ ଏକ ପେପର ମିଲରେ ଅଗ୍ନିକାଣ୍ଡ । ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ଅଗ୍ନିଶମ ବିଭାଗ ପକ୍ଷରୁ ଦୁଇଟି ଗାଡ଼ି ନିଆଁ ଲିଭାଇବାରେ ନିୟୋଜିତ ରହିଥିବା ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ହୋଇପାରିନାହିଁ । ସୂଚନା ମୁତାବକ, ବଲାଙ୍ଗୀର ଟିଟିଲାଗଡ ବେଲଗାଁ ରୋଡରେ ଥିବା ଚୋର ମରା ସ୍ଥିତ ମହାବୀର ପେପର ମିଲରେ ଆଜି ଅଗ୍ନିକାଣ୍ଡ ଘଟିଛି । ସକାଳୁ ମିଲରେ ଥିବା କେମିକାଲ ୟୁନିଟରେ ଏହି ଅଗ୍ନିକାଣ୍ଡ ଘଟିଛି । ଯାହାଦ୍ବାରା ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ନଷ୍ଟ ହୋଇଥିବାର ଅନୁମାନ କରାଯାଉଛି । ସେହିପରି ଏହି ଅଗ୍ନିକାଣ୍ଡ ସମୟରେ ମିଲ ବନ୍ଦ ଥିବାରୁ କେହି ମୃତାହତ ହୋଇ ନାହାନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ.. କଟକରେ ହୁତୁ ହୁତୁ ହୋଇ ଜଳିଗଲା ମୋ ବସ୍, ଦେଖନ୍ତୁ ଭିଡିଓ - Mo Bus Catches Fire

ନିଆଁ ଏପର୍ଯ୍ୟନ୍ତ ଆୟତ୍ତ ହୋଇ ନଥିବା ବେଳେ ଅନ୍ୟ ଅଞ୍ଚଳକୁ ନିଆଁ ବ୍ୟାପିବାର ସମ୍ଭାବନା ରହିଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ସେପଟେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ଏହା ବିଦ୍ୟୁତ୍ ସର୍ଟସର୍କିଟ ନା କେମିକାଲ ଯୋଗୁଁ ଲାଗିଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି କୁହାଯାଇଛି । ସେପଟେ ସଂପୃକ୍ତ ପେପର ମିଲରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଥିଲା ନା ନାହିଁ ତାହା ମଧ୍ୟ ଏବେ ଏକ ପ୍ରଶ୍ନ ହୋଇଛି । ପେପର ମିଲଟି ବହୁ ଦିନରୁ ଏଠି କାର୍ଯ୍ୟକ୍ଷମ ଥିବା ବେଳେ ଅତି ଜ୍ଵଳନଶୀଳ ପଦାର୍ଥ ମହଜୁଦ ରହିଥାଏ । ତେବେ ଏହାପାଇଁ ସେଠି ସଠିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କଣ ଥିଲା ତାର ମଧ୍ୟ ଯାଞ୍ଚ ପାଇଁ ଦାବି ହୋଇଛି ।

ଇଟିଭି ଭାରତ,ବଲାଙ୍ଗୀର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.